www.samajalive.in
Monday, December 15, 2025
26.1 C
Bhubaneswar

୧୫ ବର୍ଷରୁ ଅଧିକ ୪୫ ବର୍ଷରୁ କମ୍‍ ଯୁବତୀ, ବିଧବାଙ୍କ ତାଲିକା ମାଗିଲା ତାଲିବାନ

କାନ୍ଦାହାର: ଆଫଗାନିସ୍ତାନରେ ପୁଣି ଆରମ୍ଭ ହୋଇଯାଇଛି ତାଲିବାନି ଶାସନ। ଏହି ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନର ଯେତିକି ଅଞ୍ଚଳକୁ ଅକ୍ତିଆର କରିବାରେ ଲାଗିଛି, ଦିନକୁ ଦିନ ଏହାର ସେତିକି ଅଧିକ କ୍ରୁର ଶାସନ ଲାଗୁ କରାଯାଉଛି। ପୂର୍ବରୁ ଏହା ପୁରୁଷଙ୍କୁ ଦାଢି ରଖିବା ଏବଂ ମହିଳାମାନେ ଏକାକି ଘରୁ ନବାହାରିବା ଉପରେ କଡା କଟକଣା ଜାରି କରିଥିଲା। ସଂପ୍ରତି ଏହା ନିଜ ଦଖଲରେ ଥିବା ଅଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ୍‍ ବୟସର ବିଧବା ମହିଳାଙ୍କ ତାଲିକା ମାଗିଛି। ଉକ୍ତ ଯୁବତୀ ଓ ବିଧବାମାନଙ୍କୁ ତାଲିବାନ ଯୋଦ୍ଧାମାନେ ବିବାହ କରିବେ ବୋଲି ଏହି ଆତଙ୍କି ଗୋଷ୍ଠୀ ଘୋଷଣା କରିଛି।

ସୂଚନାଯୋଗ୍ୟ ଯେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ତାନକୁ ଶାସନ କରିବା ସମୟରେ ସେଠାରେ କଠୋର ଇସଲାମୀୟ ଶାରିଆ ଆଇନ ଲାଗୁ କରିଥିଲା। ଏବେ ତାହାର ପୁନରାବୃତ୍ତି ଆରମ୍ଭ ହୋଇଛି। ମହିଳାମାନେ ନିଜ ଇଛାରେ ଆଉ ବାହାରେ ବୁଲି ପାରିବେ ନାହିଁ, ଘରୁ ଏକାକି ବାହାରକୁ ବାହାରି ପାରିବେ ନାହିଁ ଏବଂ ତାହାସହିତ ଅନ୍ୟ ଅନେକ କଟକଣା ଲାଗୁ କରାଯାଇଛି। କିଛି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ନାଟୋ ଏବଂ ଆମେରିକା ସୈନ୍ୟମାନେ ୨୦୦୧ରୁ ଆଫଗାନିସ୍ତାନରେ କିଛି କରିନାହାନ୍ତି, କେବଳ ଆଫଗାନ ଜନସାଧାରଣ ଏହି ପ୍ରାୟ ୨୦ ବର୍ଷ ମଧ୍ୟରେ ସ୍ୱାଧୀନତା କଣ ତାହା ଜାଣିବାକୁ ପାଇଥିଲେ। କିନ୍ତୁ ସେମାନେ ତରବରିଆ ଭାବରେ ଆଫଗାନିସ୍ତାନରୁ ଓହରି ଯିବା ପରେ ଏବେ ଜନସାଧାରଣ, ବିଶେଷକରି ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ତାଲିବାନ ପକ୍ଷରୁ ୧୫ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍‍ ବିଧବାଙ୍କୁ ବିବାହ କରାଯିବା ନେଇ ଯାହା କୁହାଯାଉଛି ତାହା କେବଳ ଭେଳିକି। ସେମାନଙ୍କୁ ତାଲିବାନ ଯୋ÷ନଦାସୀ ଭାବରେ ରଖିବା ଯୋଜନା କରିଛି। ଏହି ତାଲିକା ସମସ୍ତ ଇମାମ ଓ ମୁଲ୍ଲାମାନେ ଦେବାକୁ ତାଲିବାନ କଡା ନିର୍ଦ୍ଦେଶ ଦେଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories