ଚଳନ୍ତା ଟ୍ରେନରେ ଖେଳିଲେ ହୋଲି – ୮ ରେଳ କର୍ମଚାରୀ ଗିରଫ, ୨ ବହିଷ୍କୃତ

ଡେସ୍କ: ଶତାବ୍ଦୀ ଏକ୍ସପ୍ରେସର ଏସି କୋଚରେ ହୋଲି ଖେଳୁଥିବା ୮ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଇତିମଧ୍ୟରେ ଦୁଇ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଟ୍ରେନ୍ ଭିତରେ କର୍ମଚାରୀମାନେ ହୋଲି ଖେଳୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। କର୍ମଚାରୀମାନେ କୋଚରେ ହୋହଲ୍ଲା କରିବା ସହ ରଙ୍ଗ ଓ ଅବିର ଫିଙ୍ଗିଥିଲେ, ଯାହା ଫଳରେ ସିଟ୍ କ୍ଷତିଗ୍ରସ୍ତ ହୋଇଥିଲା।

ଭାଇରାଲ ଭିଡିଓଟି ହୋଲିର ପୂର୍ବ ଦିନର ବୋଲି କୁହାଯାଉଛି, ଯେଉଁଥିରେ ଦିଲ୍ଲୀ-କାନପୁର ଶତାବ୍ଦୀ ଏକ୍ସପ୍ରେସରେ ରେଳ କର୍ମଚାରୀମାନେ ଏଭଳି କାଣ୍ଡ ଘଟାଇ ଥିବା ଜଣାପଡିଛି। ଟ୍ରେନର ଏସି ଚେୟାର କାରରେ ରଙ୍ଗ ଓ ଗୁଲାଲ ଫିଙ୍ଗି ହୋଲି ପାଳନ କରିଥିଲେ ପେଣ୍ଟ୍ରି କାର୍ କର୍ମଚାରୀ ଓ ସଫେଇ କର୍ମଚାରୀ।

ଗାଜିଆବାଦରୁ ଆରମ୍ଭ ହୋଇଥିବା ଏହି ହଙ୍ଗାମା କାନପୁର ପର୍ଯ୍ୟନ୍ତ ଚାଲିଥିଲା ବୋଲି ଅଭିଯୋଗ ହୋଇଛି। କର୍ମଚାରୀମାନେ କୋଚରେ ରଙ୍ଗ ଓ ଅବିର ଫିଙ୍ଗି ନୃତ୍ୟ କରିଥିଲେ। ଏହି ସମୟରେ ଟ୍ରେନର ସିଟ୍ ରଙ୍ଗ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ରେଳ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed.