www.samajalive.in
Monday, December 15, 2025
26.1 C
Bhubaneswar

ବନାଞ୍ଚଳ ସ୍ତରୀୟ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର

ପାଟଣା : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦୁଝର ବନଖଣ୍ଡ ସୌଜନ୍ୟରୁ ପାଟଣା ବ୍ଲକ ସଭାଗୃହରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କ ସଭାପତିତ୍ୱରେ ଆଜି ବନାଞ୍ଚଳ ସ୍ତରୀୟ ନିଆଁ ନିୟନ୍ତ୍ରଣ ସଚେତନତା ଶିବିର ଅନୁଷ୍ଠିତ ହେବାସହ ବନସୁରକ୍ଷା ସମିତି ସମୁହଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସହକାରୀ ବନ ସଂରକ୍ଷକ କେ . ନାଗରାଜୁ,ସାଂସଦଙ୍କ ପ୍ରତିନିଧି ପ୍ରହ୍ଲାଦ ପଲେଇ, ବିଧାୟକଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ମହାନ୍ତ, ଜିଲାପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ସାହାରପଡା ଜିପିଡ଼ିଓ ଅନ୍ତର୍ଯ୍ୟାମୀ ସେଠୀ, ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ପାଟଣା ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ବ୍ରମ ଓ ପ୍ରକୃତି ବନ୍ଧୁ ନୃସିଂହ ନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ସାହାରପଡା ବନପାଳ ଭୂପତି କୁମାର ସେଠୀ ଓ ଟିମ ଲିଡର ରଣଜିତ ପଲେଇ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ବନ ଗବେଷକ ସୁବ୍ରତ ବିଶ୍ୱାଳ ଦୃଶ୍ୟ ଶ୍ରାବ୍ୟ ଜରିଆରେ ବନାଗ୍ନି ନିରାକରଣ, ବନ ସୁରକ୍ଷା, ଉଜୁଡା ଜଙ୍ଗଲ ପୁନଉଦ୍ଧାର ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଅତିଥି ବକ୍ତା ଗଣ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ପରିବେଶ ପ୍ରେମୀ, ବୁଦ୍ଧିଜୀବୀ ଓ ବନସୁରକ୍ଷା ସମିତି ସଦସ୍ୟ ମାନଙ୍କୁ ଜଙ୍ଗଲରେ ନିଆଁ ଲଗାଇବାକୁ ବାରଣ କରିବା ଆଦି ସଚେତନତା ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ପାଟଣା ବନପାଳ ପିଅନ ନାଏକ, ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତ, ବନରକ୍ଷୀ ଦୀପକ ରଣା, ରଞ୍ଜିତା ମହାନ୍ତ, ଡ଼ଲିରାଣୀ ସାହୁ,ଲକ୍ଷ୍ମୀପ୍ରିୟା ମହାନ୍ତ, ଦେବଜାନୀ ମହାନ୍ତ, ଓ ତାପସ୍ୱିନୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପାଟଣା ବ୍ଲକର ସରପଞ୍ଚମାନେ ବନ୍ୟ ବିଭାଗ ବନାଞ୍ଚଳରେ ଉନ୍ନୟନ କାର୍ଯ୍ୟରେ ବାଧକ ସୃଷ୍ଟି କରୁଥିବା ଅଭିଯୋଗ ଆଣି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories