www.samajalive.in
Monday, December 8, 2025
13.1 C
Bhubaneswar

ପୋଲିଓ ଟିକାକରଣକୁ ରୋକିଲା ତାଲିବାନ

କାବୁଲ : ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଦେଶରେ ଚାଲିଥିବା ପୋଲିଓ ଟିକାଦାନ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାପଡିଛି। ତେବେ ଏହି କାର୍ଯ୍ୟକ୍ରମ ବାତିଲ କରିବା ପଛରେ ତାଲିବାନ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ। ଜାତିସଂଘ କର୍ମକର୍ତ୍ତାମାନେ ଗତ ଜୁନରେ ଆଫ୍‌ଗାନିସ୍ତାନରେ ଘରକୁ ଘର ବୁଲି ଶିଶୁଙ୍କୁ ପୋଲିଓ ଟିକାଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଘର ଘର ବୁଲି ପୋଲିଓ ଟିକାଦାନ କରିବା ଅପେକ୍ଷା ମସଜିଦରେ ଏହି କାର୍ଯ୍ୟକ୍ରମ ଚଳାଇବାକୁ ତାଲିବାନ ସରକାର ସେମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀ ଡା.ହମିଦ ଜାଫ୍ରି ସୂଚନା ଦେଇଛନ୍ତି। ଚଳିତବର୍ଷ ଆଫ୍‌ଗାନିସ୍ତାନରେ ୧୮ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହେବାପରେ ଜାତିସଂଘ ତରଫରୁ ସେଠାରେ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତେବେ ତାଲିବାନ ସରକାର ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ଦ୍ବାରା ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଆଫ୍‌ଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ମଧ୍ୟ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ଟିକାଦାନ ଅଭିଯାନ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ପାକିସ୍ତାନ ସରକାର ମଧ୍ୟ ଏହି ଅଭିଯାନ ବନ୍ଦ କରିବାକୁ ଚିନ୍ତା କରୁଥିବା କୁହାଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories