www.samajalive.in
Monday, December 8, 2025
27.1 C
Bhubaneswar

ପୋଲିଓ ଟିକାକରଣକୁ ରୋକିଲା ତାଲିବାନ

କାବୁଲ : ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଦେଶରେ ଚାଲିଥିବା ପୋଲିଓ ଟିକାଦାନ କାର୍ଯ୍ୟକ୍ରମକୁ ବାତିଲ କରିଥିବା ଜଣାପଡିଛି। ତେବେ ଏହି କାର୍ଯ୍ୟକ୍ରମ ବାତିଲ କରିବା ପଛରେ ତାଲିବାନ ପକ୍ଷରୁ କୌଣସି କାରଣ ଦର୍ଶାଯାଇନାହିଁ। ଜାତିସଂଘ କର୍ମକର୍ତ୍ତାମାନେ ଗତ ଜୁନରେ ଆଫ୍‌ଗାନିସ୍ତାନରେ ଘରକୁ ଘର ବୁଲି ଶିଶୁଙ୍କୁ ପୋଲିଓ ଟିକାଦାନ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଘର ଘର ବୁଲି ପୋଲିଓ ଟିକାଦାନ କରିବା ଅପେକ୍ଷା ମସଜିଦରେ ଏହି କାର୍ଯ୍ୟକ୍ରମ ଚଳାଇବାକୁ ତାଲିବାନ ସରକାର ସେମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀ ଡା.ହମିଦ ଜାଫ୍ରି ସୂଚନା ଦେଇଛନ୍ତି। ଚଳିତବର୍ଷ ଆଫ୍‌ଗାନିସ୍ତାନରେ ୧୮ ପୋଲିଓ ଆକ୍ରାନ୍ତ ଶିଶୁ ଚିହ୍ନଟ ହେବାପରେ ଜାତିସଂଘ ତରଫରୁ ସେଠାରେ ପୋଲିଓ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତେବେ ତାଲିବାନ ସରକାର ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ଦ୍ବାରା ଶିଶୁଙ୍କ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିବାକୁ ଯାଉଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଆଫ୍‌ଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ମଧ୍ୟ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ଟିକାଦାନ ଅଭିଯାନ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ପାକିସ୍ତାନ ସରକାର ମଧ୍ୟ ଏହି ଅଭିଯାନ ବନ୍ଦ କରିବାକୁ ଚିନ୍ତା କରୁଥିବା କୁହାଯାଇଛି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories