ଚୀନ୍‌ ବିରୋଧ ସତ୍ତ୍ବେ ତାଇୱାନ୍‌କୁ ଅସ୍ତ୍ର ବିକିବ ଆମେରିକା

ୱାଶିଂଟନ୍‌ : ଚୀନ୍‌ର ପ୍ରତିବାଦ ସତ୍ତ୍ବେ ତାଇୱାନ୍‌କୁ ୨୨୦କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି ପ୍ରସ୍ତାବକୁ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି। ଏହି ଅନୁସାରେ ଆମେରିକା ତାଇୱାନ୍‌କୁ ଏମ୍‌୧ଏ୨ଟି ଆବରାମ୍‌ ଟ୍ୟାଙ୍କ, ୨୫୦ ଷ୍ଟିଙ୍ଗର କ୍ଷେପଣାସ୍ତ୍ର ଓ ଏହାର ଯନ୍ତ୍ରପାତି, ମେସିନ୍‌ ଗନ୍‌, ହର୍କୁଲସ୍‌ ହେଲିକପ୍ଟର ଇତ୍ୟାଦି ପ୍ରଦାନ କରିବ।

prayash

ଜୁନ୍‌ ମାସରେ ଆମେରିକା ଓ ତାଇୱାନ୍‌ ମଧ୍ୟରେ ହୋଇଥିବା ଏ ସମ୍ପର୍କିତ ଚୁକ୍ତିକୁ ଚୀନ୍‌ ସମାଲୋଚନା ସହ ବାତିଲ ପାଇଁ ଦାବି କରିଥିଲା। ତାଇୱାନ୍‌କୁ ଚୀନ୍‌ ସ୍ବୟଂଶାସିତ ରାଷ୍ଟ୍ର ଭାବେ ମାନ୍ୟତା ଦେବାକୁ ପ୍ରସ୍ତୁତ ନ ଥିବାରୁ ଏଭଳି ପ୍ରତିବାଦ ଜଣାଇଥିଲା। ଅପରପକ୍ଷରେ ଆମେରିକା ପ୍ରଶାସନର ନିଷ୍ପତ୍ତିକୁ ତାଇୱାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ ସ୍ବାଗତ କରିବା ସହ କୃତଜ୍ଞତା ଜଣାଇଛନ୍ତି ଏବଂ ଏହା ତାଇୱାନ୍‌ର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏହା ଦୃଢ଼ ହେବ ବୋଲି ରାଜଧାନୀ ତାଇପେଠାରେ ୱେଙ୍ଗ୍‌ କହିଛନ୍ତି।

kalyan agarbati

Comments are closed.