www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଥମ ଏସିଆ ଦେଶ ଭାବେ ସମଲିଙ୍ଗୀ ବିବାହକୁ ବୈଧ ମାନ୍ୟତା ଦେଲା ତାଇୱାନ

ତାଇପେଇ : ଏସିଆର ପ୍ରଥମ ଦେଶ ଭାବେ ତାଇୱାନ ସମଲିଙ୍ଗୀ ବିବାହକୁ ଆଇନଗତ ବୈଧ ମାନ୍ୟତା ପ୍ରଦାନ କରିଛି। ଏଲଜିବିଟି ସମ୍ପ୍ରଦାୟର ବିବାହ ସମ୍ପର୍କିତ ବିଲ୍‍ ଶୁକ୍ରବାର ତାଇୱାନ ସଂସଦରେ ବହୁମତରେ ପାରିତ ହୋଇଛି। ତାଇୱାନ ସାଂସଦମାନେ ୩ଟି ବିଲ୍‍କୁ ନେଇ ତର୍କ କରିଥିଲେ। ଶେଷରେ ସମଲିଙ୍ଗୀ ବିବାହକୁ ବୈଧ ମାନ୍ୟତା ପ୍ରଦାନ ବିଲ୍‍ ପାରିତ ହୋଇଥିଲା।
ପୂର୍ବରୁ ତାଇୱାନର ଏକ କୋର୍ଟ ଏଲଜିବିଟି ସମ୍ପ୍ରଦାୟର ବିବାହ ସମ୍ପର୍କିତ ଆଇନର ସଂଶୋଧନ କରିବାକୁ ସଂସଦକୁ ୨ ବର୍ଷ ସମୟ ଦେଇଥଲେ ଓ ଅବଧି ୨୦୧୯ ମେ’ ୨୪ରେ ଶେଷ ହେଉଥିଲା। ଇଣ୍ଟରନେସନାଲ ଡ଼େ ଏଗନେଷ୍ଟ ହୋମଫୋବିୟା, ଟ୍ରାନ୍ସଫୋବିୟା ଏବଂ ବାଇଫୋବିୟା ଦିନ ଶାସକ ଦଳର ସାଂସଦଙ୍କ ବିରୋଧ ସତ୍ତ୍ବେ ଏହି ବିଲ୍‍ ବହୁମତରେ ପାରିତ ହୋଇଛି। ଏଣିକି ତାଇୱାନରେ ସମଲିଙ୍ଗୀମାନେ ବିବାହ ଭଳି ସ୍ଥାୟୀ ବନ୍ଧନରେ ଆବଦ୍ଧ ହୋଇପାରିବେ ଓ ସରକାରୀ ସଂସ୍ଥାରେ ସମଲିଙ୍ଗୀ ବିବାହ ପଞ୍ଜିକରଣ ହୋଇପାରିବ। ମେ’ ୨୪ରୁ ଏହି ଆଇନ ଲାଗୁ ହେବ। ପ୍ରବଳ ବର୍ଷା ସତ୍ତ୍ବେ ସମଲିଙ୍ଗୀ ବିବାହ ଓ ଅଧିକାର ପାଇଁ ଲଢୁଥିବା ଶତାଧିକ କାର୍ଯ୍ୟକର୍ତ୍ତା ଓ ସମର୍ଥକ ତାଇପେଇସ୍ଥିତ ସଂସଦ ବାହାରେ ଏକାଠି ହୋଇ ଉତ୍ସବ ପାଳନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories