www.samajalive.in
Tuesday, December 9, 2025
26.1 C
Bhubaneswar

ତୈମୁରଙ୍କ ବଲିଉଡ଼ ଏଣ୍ଟ୍ରି : ଖୁବଶୀଘ୍ର ମାଆଙ୍କ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବଇ : କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ବଲିଉଡରେ ପାଦ ଥାପିସାରିଛନ୍ତି। ମାତ୍ର ୨ ବର୍ଷୀୟ ତୈମୁରଙ୍କୁ ଖୁବଶୀଘ୍ର ମାଆ କରୀନାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍ ନ୍ୟୁଜ୍’ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କୁ ୧୦ ମିନିଟ୍ ପାଇଁ ଦେଖିବାକୁ ମିଳିବ। ଅର୍ଥାତ୍ ସେ ଏଥିରେ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ର ପାଇଁ ନିଜର ୨ଟି ସିନ୍ ତୈମୁର ଶୁଟ୍ କରି ସାରିଛନ୍ତି। ଏହି ଚଳଚ୍ଚିତ୍ରରେ କରୀନାଙ୍କ ବ୍ୟତୀତ ଅକ୍ଷୟ କୁମାର, କିଆରା ଆଡ଼ଭାନୀ ଓ ଦିଲଜୀତ ଦୋସାଂଝଙ୍କୁ ଦେଖିବାକୁ ମିଳିବ।

ତେବେ କିଛିଦିନ ପୂର୍ବରୁ ଚଳଚ୍ଚିତ୍ରର ଶୁଟିଂ ସେଟରୁ କିଆରା ଓ ତୈମୁରଙ୍କ ଭିଡିଓ ଭାଇରାଲ୍ ହୋଇଥିଲା। ସେତେବେଳେ ଏହାକୁ ଦେଖି ଲାଗୁଥିଲା ଯେ ତୈମୁର ଶୁଟିଂ ସେଟରେ କରୀନାଙ୍କୁ ଭେଟିବା ପାଇଁ ଯାଇଥିଲେ, ହେଲେ ଏବେ ଜଣାପଡ଼ିଛି ଯେ ସେହି ସମୟରେ ସେ ତାଙ୍କ ସିନ୍ ଶୁଟ୍ କରିବାକୁ ସେଠାରେ ପହଞ୍ଚିଥିଲେ।

- Advertisement -

ତୈମୁରଙ୍କ ବଲିଉଡ଼ ଏଣ୍ଟ୍ରିକୁ ନେଇ ପିତା ସୈଫ୍ ନିଜକୁ ଗର୍ବିତ ବୋଲି କହିଛନ୍ତି। ତୈମୁର ଖୁବକମ୍ ବୟସରୁ ସୁପରଷ୍ଟାର ପାଲଟି ଯାଇଛନ୍ତି। ତୈମୁରଙ୍କ ଫଟୋ ଓ ଭିଡିଓର ଖୁବ୍ ଚାହିଦା ମଧ୍ୟ ରହିଛି। ମିଡିଆ କମ୍ପାନୀମାନେ ତାଙ୍କର ଫଟୋ କିଣିବା ଆରମ୍ଭ କରିଛନ୍ତି। ଗୋଟିଏ ଫଟୋ ପିଛା ୧୫୦୦ଟଙ୍କା ଦେଇ ମିଡିଆ କମ୍ପାନୀମାନେ ତୈମୁରଙ୍କ ଫଟୋ କିଣୁଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ‘ଗୁଡ୍ ନ୍ୟୁଜ୍’ରେ କରୀନାଙ୍କୁ ପ୍ରଥମ ଥର ପାଇଁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories