www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତି କି, ତୈମୁରଙ୍କ ଆୟାର ଦରମା କେତେ !

ନବାବ୍ ସୈଫ୍ ଅଲୀ ଖାନ୍ ଓ ତାଙ୍କ ବେଗମ୍ କରୀନା କପୁରଙ୍କ କୁନି ରାଜକୁମାର ତୈମୁରଙ୍କୁ ନେଇ ଗଣମାଧ୍ୟମ ଓ ସୋସିଆଲ ସାଇଟ୍‌ରେ ପ୍ରତ୍ୟହ ଚର୍ଚ୍ଚା ଚାଲିଛି। ମା’ କରୀନା ଓ ପିତା ସୈଫ୍‌ଙ୍କ ବ୍ୟତୀତ ତୈମୁର ନିୟମିତ ନିଜ ଆୟାଙ୍କ ସହ ବୁଲୁଥିବାର ଦେଖାଯାଏ। ଏକ ନାମୀ ସଂସ୍ଥାରୁ କରୀନା ନିଜ ପୁଅ ପାଇଁ ଏଇ ଆୟାଙ୍କୁ ମନୋନୀତ କରିଥିଲେ। ଏକ ସାକ୍ଷାତକାରରେ କରୀନା କହିଥିଲେ, ମୋ ପିଲା ପ୍ରତି ଭଲପାଇବାକୁ ପ୍ରମାଣିତ କରିବା ଦରକାର ନାହିଁ। ତୈମୁରର ଜନ୍ମ ପରେ ଯେତେବେଳେ ମୁଁ ପୁଣି ମୋ କ୍ୟାରିୟର ପ୍ରତି ଧ୍ୟାନ ଦେଲି, ଅନ୍ୟମାନେ ଟାହିଟାପରା କଲେ। ପ୍ରଥମେ ମୁଁ ମଧ୍ୟ ବିଚଳିତ ହେଲି। ତେବେ ଶାଶୂ ଶର୍ମିଲା ଠାକୁର ଓ ମା’ ବବିତା ତାଙ୍କୁ ଗୋଟିଏ କଥା କହିଥିଲେ, ଏସବୁ କଥାକୁ ଧ୍ୟାନ ନ ଦେଇ ବରଂ ନିଜ କାମକୁ ପ୍ରାଧାନ୍ୟ ଦିଅ। ଅନ୍ୟମାନଙ୍କୁ କାମ ମିଳୁନାହିଁ, ଏଣୁ ସେମାନେ ଗୋଡ଼ ଟାଣିବା ସ୍ବାଭାବିକ। ଶେଷରେ କରୀନା ଦୃଢ଼ ଭାବେ ନିଷ୍ପତ୍ତି ନେଲେ ଯେ ବିଦେଶ ସୁଟିଂ ସମୟରେ ସେ ପୁଅକୁ ସାଥିରେ ନେଇଯିବେ। ମୁମ୍ବଇ ସୁଟିଂ ସମୟରେ ସେ ଆୟା ଦାୟିତ୍ବରେ ପୁଅକୁ ଛାଡ଼ି ଯିବେ। କରୀନାଙ୍କ ଏଇ ଆୟା ମାସିକ ଦେଢ଼ ଲକ୍ଷ ଟଙ୍କା ଦରମା ନେଉଥିବାବେଳେ ଅଧିକ ସମୟ କାମ କଲେ ତାଙ୍କୁ ଘଣ୍ଟା ପ୍ରତି ମଧ୍ୟ ସମସ୍ତ ସୁବିଧା ମିଳେ। ଏସବୁ ବାଦ୍ ବିଦେଶ ଯାତ୍ରା ସମୟରେ ମଧ୍ୟ ଏଇ ଆୟାଙ୍କ ସମସ୍ତ ଖର୍ଚ୍ଚ ପଟୌଦି ଦମ୍ପତି ବହନ କରନ୍ତି। ସୈଫଙ୍କ ମତରେ ମୋ ଦୁଷ୍ଟ ପୁଅକୁ ସମ୍ଭାଳୁଥିବାରୁ ଆୟାଙ୍କ ଏଇ ପ୍ରାପ୍ୟ ସେମିତି ବେଶୀ କିଛି ନୁହେଁ। ପିଉସୀ ସୋହାଙ୍କ ଝିଅ ଇନାୟାକୁ ଅନେକଥର ତୈମୁର ହଇରାଣ କରୁଥିବାର ଦୁହେଁ ସୈଫ୍-କରୀନା କହିସାରିଛନ୍ତି। ମିଳିଥିବା ଖବର ଅନୁସାରେ, ତୈମୁରଙ୍କୁ ୩ ବର୍ଷ ହେଲା ପର୍ଯ୍ୟନ୍ତ ଆୟାଙ୍କ ଦେଖାରଖାରେ ସେ ରହିବେ। କରୀନାଙ୍କ ପରେ ତୁଷାର କପୁର ଓ ସୋହା ଅଲୀ ଖାନ୍ ମଧ୍ୟ ଆୟା ଆଣିଥିବାର ପ୍ରକାଶ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories