www.samajalive.in
Friday, December 5, 2025
26.1 C
Bhubaneswar

ବିବାହ ପୋଷାକ ପାଇଁ ସିମେଣ୍ଟ ବ୍ୟାଗ୍‌

ଫେସନ୍ ଜଗତରେ ଆଜିକାଲି ଭିନ୍ନଭିନ୍ନ ସାମଗ୍ରୀର ବ୍ୟବହାରରେ ବିଭିନ୍ନ ଡିଜାଇନର ପୋଷାକ ତିଆରି କରାଯାଉଛି। ବିଶ୍ବ ଫେସନ୍ ବଜାରରେ ନିକଟରେ ଏକ ଚୀନ୍ ଯୁବତୀର ଡିଜାଇନିଂ ପୋଷାକକୁ ଖୁବ୍ ପ୍ରଶଂସିତ କରାଯାଇଛି। ଉତ୍ତର-ପଶ୍ଚିମ ଚୀନ୍‌‌ ଅନ୍ତର୍ଗତ ଏକ ଗ୍ରାମନିବାସୀ ଜଣେ ମହିଳା ହେଉଛି ୨୮ ବଷୀୟା ଟେନ୍ ଲିଲି। ସେ କୌଣସି ଫେସନ୍ ଡିଜାଇନିଂ ପାଠ୍ୟକ୍ରମ କରିନାହାନ୍ତି, କିନ୍ତୁ ସୁନ୍ଦରସୁନ୍ଦର ପୋଷାକ ସେ ପ୍ରସ୍ତୁତ କରିଛନ୍ତି। ପାଖଆଖ ଗ୍ରାମର ମହିଳାମାନେ ବିବାହରେ ଟେନ୍‌ଙ୍କ ଡିଜାଇନିଂ ପୋଷାକ ପିନ୍ଧିବାକୁ ଖୁବ୍ ପସନ୍ଦ କରନ୍ତି। ସେ ବହୁପୂର୍ବରୁ କାଗଜ, ପଲିଥିନ୍ ଇତ୍ୟାଦି ବ୍ୟବହାର କରି ପୋଷାକ ତିଆରି କରିଛନ୍ତି। ଏଥରକ କିନ୍ତୁ ସେ ସିମେଣ୍ଟ ବ୍ୟାଗ୍‌ ଉପଯୋଗ କରି ସୁନ୍ଦର ପୋଷାକଟିଏ ପ୍ରସ୍ତୁୁତ କରି ଲୋକପ୍ରିୟ ହୋଇଛନ୍ତି। ଏଇ କିଛିଦିନ ତଳେ ତାଙ୍କ ଘର କାମ ଶେଷ ହେବା ପରେ ସିମେଣ୍ଟ ବ୍ୟାଗ୍‌ଗୁଡ଼ିକ ବ୍ୟବହାର କରି ଏକ ପୋଷାକ ତିଆରି କରିବାକୁ ସେ ଯୋଜନା କଲେ। ଦେଢ଼ ଘଣ୍ଟାରେ ୪୦ଟି ସିମେଣ୍ଟ ବ୍ୟାଗ୍ ବ୍ୟବହାର କରି ସେ ଏକ ବିବାହ ଗାଉନ୍ ତିଆରି କରିପାରିଛନ୍ତି। ଏହି ପୋଷାକର ଫଟୋ ଟେନ୍ ସୋସିଆଲ ସାଇଟ୍‌ରେ ଅପଲୋଡ କରିବା ପରେ କିଛି ସେ​‌େ​‌କଣ୍ଡରେ ଅଢ଼େଇ ଲକ୍ଷ ଲୋକ ପସନ୍ଦ କରିଥିବାବେଳେ ବାରମ୍ବାର ଶେୟାର କରାଯାଇଛି। ବେଜିଂର ଜଣେ ନାମୀ ଡିଜାଇନରଙ୍କ ମତରେ କେବଳ ରଙ୍ଗର ଉପଯୋଗ କରାଯାଇଥିଲେ ପୋଷାକଟି ଖୁବ୍ ଆକର୍ଷଣୀୟ ଓ ଚମତ୍କାର ହୋଇପାରିଥାନ୍ତା।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories