ଟି-୨୦ ବିଶ୍ବକପ ଫାଇନାଲ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଶୂନ୍ୟରେ ଆଉଟ ହେଲେ ରିଷଭ ପନ୍ଥ

ବାର୍ବୋଡାସ୍:  ଟି-୨୦ ବିଶ୍ବକପ ଫାଇନାଲରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ୯ ରନ କରି ଆଉଟ ହେଲେ ରୋହିତ ଶର୍ମା। ସେହିପରି ରିଷଭ ପନ୍ଥ ଶୂନ୍ୟ ରନରେ ଆଉଟ ହୋଇଛନ୍ତି। ଅପରପକ୍ଷରେ ଭାରତର ତୃତୀୟ ୱିକେଟ ପତନ ହୋଇଛି ଏବଂ ସୂର୍ଯ୍ୟକୁମାର ଯାଦବ ୩ ରନ କରି ଆଉଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୭୫ ରନ ସଂଗ୍ରହ କରିବାରେ ସଫଳ ହୋଇଛି।

ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଛି।

Comments are closed.