www.samajalive.in
Tuesday, December 9, 2025
16.1 C
Bhubaneswar

ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କରେ ଖେଳାଯିବ ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌

ଦୁବାଇ : ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି୨୦ ବିଶ୍ବକପ୍‌ ଆୟୋଜନ କରିବେ। ଏହି ବିଶ୍ବକପ୍‌ର କେତେକ ମ୍ୟାଚ୍‌ ଆମେରିକାର ଡଲାସ, ଫ୍ଲୋରିଡ଼ା ଓ ନ୍ୟୁୟର୍କ ସହରରେ ଖେଳାଯିବ ବୋଲି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଘୋଷଣା କରାଯାଇଛି। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଭାଗ ନେବେ। ଟି୨୦ ବିଶ୍ବକପ୍‌ ମ୍ୟାଚ୍‌ ନିମନ୍ତେ ନ୍ୟୁୟର୍କର ଆଇଜେନ୍‌ହୋୱେର୍‌ ପାର୍କରେ ଏକ ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିରେ ୩୪ ହଜାର ଦର୍ଶକ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ। ସେହିପରି ଡଲାସ ଓ ଫ୍ଲୋରିଡ଼ାରେ ଥିବା ଷ୍ଟାଡିୟମର ନବୀକରଣ କାମ ଆରମ୍ଭ ହୋଇଥିବା ଆଇସିସି ତରଫରୁ ସୂଚନା ଦିଆଯାଇଛି। ଆମେରିକାରେ କ୍ରିକେଟ୍‌କୁ ଲୋକପ୍ରିୟ କରିବା ନିମନ୍ତେ ଆଇସିସି ତରଫରୁ ଉଦ୍ୟମ ହେଉଛି ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍‌ ଅଲରଡାଇସ୍‌ କହିଛନ୍ତି। ସେହିପରି ୨୦୨୮ରେ ଆମେରିକାରେ ଅାୟୋଜିତ ହେବାକୁ ଥିବା ଅଲିମ୍ପିକ୍‌ସରେ କ୍ରିକେଟ୍‌କୁ ସାମିଲ କରିବାକୁ ଚେଷ୍ଟା ଚାଲିଥିବା ସେ ସୂଚନା ଦେଇଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories