www.samajalive.in
Monday, December 15, 2025
15.1 C
Bhubaneswar

ଆଠଗଡ ସଦର ରେଞ୍ଜର ଆୟେଶା ଅଖତରୀ ନିଶା ନିଲମ୍ବିତ

ଆଠଗଡ :  ଆଠଗଡ ସଦର ବନାଞ୍ଚଳ ଅଧିନ ଆଠଗଡ ସଦର ବନାଞ୍ଚଳ ଅଧିକାରୀ ଆୟେଶା ଅଖତରୀ ନିଶାଙ୍କୁ ଏକ ଦନ୍ତାହାତୀ ମୃତ୍ୟୁ ଘଟଣା ଲୁଚାଇବା ଏବଂ ତା’ର ଦାନ୍ତ ୨ଟି ନିଜ ପାଖରେ ରଖିବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଠଗଡ ସଦର ରେଞ୍ଜରଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଏବଂ ରାଜ୍ୟ ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ(ୱାର୍ଡେନ)ଙ୍କ ରିପୋର୍ଟକୁ ଭିତ୍ତିକରି ନିଲମ୍ବିତ କରିଥିବା ଜଣାପଡିଛି । ଏହି ନିଲମ୍ବନ ସମୟରେ ରେଞ୍ଜର ସୁଶ୍ରୀ ନିଶା ଆଠଗଡ ବନଖଣ୍ଡ ମୁଖ୍ୟ ଦପ୍ତର ଛାଡି କେଉଁଆଡେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗତ ୨୦୨୦ ଅଗଷ୍ଟ ୨୭ତାରିଖରେ ଏକ ୧୦ବର୍ଷ ବୟସର ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ତେବେ ସଂପୃକ୍ତ ହାତୀଟି ଶିକାରୀ ଗୁଳିରେ ମୃତ୍ୟୁବରଣ କରିଥିବା ସନ୍ଦେହ ପ୍ରକାଶ ପାଇଛି। ମୃତ ଦନ୍ତାହାତୀର ୪୫୦ଗ୍ରାମ ଓ ୫୫୦ଗ୍ରାମ ଓଜନର ଦୁଇଟି ଦାନ୍ତକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯିବା ପରେ ତାହା ରେଞ୍ଜର ନିଜ ଆବାସିକ କାର୍ଯ୍ୟାଳୟରେ ରଖିଥିଲେ । ହାତୀମୃତ୍ୟୁ ଘଟଣା ଲୁଚାଇ ଦେବାକୁ ଯାଇ ରାତି ଅଧରେ ସୁବାସୀ ଜଙ୍ଗଲ ମଧ୍ୟରେ ଜେସିବି ଦ୍ୱାରା ଗାତ ଖୋଳି ହାତୀଟିକୁ ପୋତି ଦିଆଯାଇଥିଲା । ଏ ସଂପର୍କରେ ଏବେ କିଛିଦିନ ପୂର୍ବରୁ ଏହି ଘଟଣାର ଭିଡିଓ ଭାଇରାଲ୍‍ ହେବା ପରେ ଏହା ଲୋକ ଲୋଚନକୁ ଆସିଥିଲା । ଆଠଗଡର ବର୍ତ୍ତମାନ କାର୍ଯ୍ୟରତ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଏ ସଂପର୍କରେ ସୂଚନା ପାଇବା ପରେ ଅନୁଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଅବଗତ କରାଇଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆଠଗଡ ଆସି ଘଟଣାର ସରଜମିନ ତଦନ୍ତ କରି ତାଙ୍କ ରିପୋର୍ଟ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଏବଂ ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକଙ୍କୁ ପ୍ରଦାନ କରିଥିଲେ। ତଦନ୍ତ ବେଳେ ରେଞ୍ଜର ସୁଶ୍ରୀ ନିଶା ତତ୍କାଳୀନ ଡିଏଫଓ ସସ୍ମିତା ଲେଙ୍କାଙ୍କ ଚାପରେ ହାତୀମୃତ୍ୟୁ ବିଷୟକୁ ଲୁଚାଇବା ସହ ତାଙ୍କ ଆବାସିକ କାର୍ଯ୍ୟାଳୟରେ ହାତୀଦାନ୍ତ ଦୁଇଟି ସୁରକ୍ଷିତ ଭାବେ ରଖିଥିଲେ ବୋଲି ପ୍ରକାଶ କରିଥିଲେ । ତେବେ ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ଆଠଗଡ ବନାଞ୍ଚଳ ଅଧିକାରୀ ସୁଶ୍ରୀ ନିଶାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ତତ୍କାଳୀନ ଡିଏଫଓ ସୁଶ୍ରୀ ଲେଙ୍କାଙ୍କ ବିରୋଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା । ବଡମ୍ବା ଓ ନରସିଂହପୁର ବ୍ଲକର ୩ଟି ବନାଞ୍ଚଳରେ ସେହି ସମୟରେ କେତେକ ହାତୀମୃତ୍ୟୁ ଘଟଣାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହେଉଥିବାରୁ ସେ ସମ୍ପର୍କରେ ଅଧିକ ତଦନ୍ତ ହେବା ଆବଶ୍ୟକ ବୋଲି ପରିବେଶବିତ୍‍ ମହଲରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories