www.samajalive.in
Sunday, December 14, 2025
17.1 C
Bhubaneswar

ବୋଲେରୋ ନେଇ ପଳାଉଥିବା ଯୁବକକୁ କାବୁ କରି ପୁଲିସର ଜିମା ଦେଲେ ଲୋକେ

ପିପିଲି:ପିପିଲି ଟୋଲ୍‍ଗେଟ୍‍ ଠାରୁ ଏକ ବୋଲେରୋ ନେଇ ପଳାଉଥିବା ଜଣେ ଯୁବକକୁ ସୋମବାର ସକାଳେ ଲୋକେ କାବୁ କରି ପିପିଲି ପୁଲିସର ଜିମା ଦେଇଛନ୍ତି। ପୁଲିସ ଉକ୍ତ ଯୁବକକୁ ଥାନାରେ ଅଟକ ରଖିଥିବା ବେଳେ ସେ ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପିପିଲି ଟୋଲ୍‍ଗେଟ୍‍ କର୍ମଚାରୀମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡି ଆଜି ସକାଳେ ଟୋଲ୍‍ଗେଟ୍‍ ଠାରେ ରହିଥିବା ବେଳେ ଜଣେ ଯୁବକ ହଠାତ୍‍ ବୋଲେରୋକୁ ନେଇ ଭୁବନେଶ୍ୱର ଅଭିମୁଖେ ପଳାଇଥିଲା। ପଛରୁ ଟୋଲଗେଟ୍‍୍‍ କର୍ମଚାରୀମାନେ ତାକୁ ଗୋଡାଇଥିଲେ। ତେବେ ଟଙ୍କପାଣି ନିକଟରେ ଉକ୍ତ ବୋଲେରୋକୁ ରାସ୍ତା କଡରେ ରଖି ଯୁବକ ଜଣକ ସେଠାରେ ଠିଆ ହୋଇଥିବା ଦେଖିବା ପରେ ଟୋଲ୍‍ଗେଟ୍‍ କର୍ମଚାରୀମାନେ ସେଠାରେ ତାକୁ କାବୁ କରିବା ପରେ ପିପିଲି ପୁଲିସର ଜିମା ଦେଇଥିଲେ।

ପିପିଲି ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ଜଣାପଡିଛି। ଉକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଅବସ୍ଥାରେ ୨ଦିନ କାଳ ପିପିଲି ଟୋଲଗେଟ୍‍ ନିକଟରେ ରାସ୍ତା କଡରେ ବୁଲୁଥିବା ସୂଚନା ମିଳିଛି। ଏ ସଂପର୍କରେ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଯୁବକ ଜଣକୁ ତା’ର ପରିବାରସଦସ୍ୟଙ୍କୁ କିମ୍ବା ତାର ପରିଚିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories