ନବରଙ୍ଗପୁର: ଡାବୁଗାଁ ବ୍ଲକ ଅନ୍ତର୍ଗତ ସରାଗୁଡା ଗ୍ରାମରେ ଏକ ବିରଳ ଓ ଅଦ୍ଭୁତ ପ୍ରକାରର ମହାମାରୀ କରୋନା ଭୂତାଣୁ ଆକୃତିର କାକୁଡି ଦେଖିବାକୁ ମିଳିଛି। ଝରିଗୁଡା ଗ୍ରାମର ରବିକିରଣ ନାଗ ସରାଗୁଡାକୁ ଯାଇଥିବାବେଳେ ଗ୍ରାମର ଚନ୍ଦ୍ର ପୂଜାରୀଙ୍କର ବାଡିର ଗୋଟିଏ ଲତାରୁ ୫ଟି କରୋନା ଭୂତାଣୁ କାକୁଡି ଦେଖିବାକୁ ପାଇଥିଲେ। ଏହି କରୋନା ଭୂତାଣୁ କାକୁଡିଟି ଗୋଲ ହୋଇଥିବାବେଳେ ତା ଉପରେ କଣ୍ଟା ଭଳି ବାହାରିଛି।
ପ୍ରଥମଥର ପାଇଁ ଏଭଳି ଅଭୁତ କାକୁଡି ଜାଣିବା ପରେ ରବି ଏହାକୁ ଫୋଟ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଥିଲେ। ଏହି ଖବର ବ୍ୟାପିବା ପରେ ଏହି କାକୁଡିକୁ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକ ଗ୍ରାମକୁ ଯାଉଥିବା ଜଣାଯାଇଛି। ତେବେ ଏହିଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


