www.samajalive.in
Monday, December 15, 2025
15.1 C
Bhubaneswar

୨୦ମାସ ପରେ ବିଦ୍ୟାଳୟରେ ପାଦ ଥାପିଲେ ୬ଷ୍ଠ ଓ ୭ମ ବିଦ୍ୟାର୍ଥୀ

ଆଠଗଡ :  କରୋନା ମହାମାରୀର କରାଳ ରୂପ ଥମିବା ପରେ ପ୍ରାୟ ୨୦ମାସ ପରେ ବେଶ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାର୍ଥୀମାନେ  ସୋମବାର ନିଜ ବିଦ୍ୟାଳୟରେ ପାଦ ଥାପିବା ପରେ ସେମାନଙ୍କ ଆନନ୍ଦ କହିଲେ ନସରେ । କରୋନା ସଂକ୍ରମଣ ପାଇଁ ଏପରି ବହୁ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ୫ମ ଓ ୬ଷ୍ଠ ଶ୍ରେଣୀ ଅନ୍ୟ ବିଦ୍ୟାଳୟରୁ ପାସ କରି ନୂତନ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବା ପରେ ସ୍କୁଲରେ ପ୍ରବେଶ କରିନଥିଲେ। ସୋମବାର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୬ଷ୍ଠ ଓ ୭ମ ଶ୍ରେଣୀ ପିଲାମାନେ ଶ୍ରେଣୀ କକ୍ଷରେ ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଯାଇଥିଲେ। ଆଠଗଡ ସହରର ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, ରାସରସିକପରୁ ୟୁଜିୟୁପି ସ୍କୁଲ, କନ୍ତୋଲ ନୋଡାଲ ସ୍କୁଲ ସମେତ ଗ୍ରାମାଞ୍ଚଳର ସମସ୍ତ ହାଇସ୍କୁଲ, ନୋଡାଲ ସ୍କୁଲ ଓ ପ୍ରକଳ୍ପ ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଛାତ୍ରଛାତ୍ରୀଙ୍କୁ ଫୁଲଚନ୍ଦନ ଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱାଗତ କରିଥିଲେ। ପିଲାମାନେ ନିଜ ଅଭିଭାବକଙ୍କ ଘୋଷଣାପତ୍ର ସହିତ ବିଦ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କର ଥର୍ମାଲ ସ୍କାନର ମାଧ୍ୟମରେ ଶରୀରର ତାପମାତ୍ରା ପରୀକ୍ଷା କରିବା ସହିତ ବିଦ୍ୟାଳୟ ପକ୍ଷରୁ ଶ୍ରେଣୀ କକ୍ଷ ଗୁଡିକୁ ବିଶୋଧନ କରାଯାଇଥିଲା । ପ୍ରଥମ କରି ୨୦ମାସ ପରେ ବିଦ୍ୟାଳୟରେ ପାଦ ଥାପିଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ବିଭିନ୍ନ ବିଦ୍ୟାଳୟରେ ହାରାହାରି ୮୦ପ୍ରତିଶତ ରହିଥିବା ବ୍ଲକଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ । ନୂଆ ରୂପରେ ରୂପାନ୍ତରିତ ବିଶ୍ୱନାଥ ବିଦ୍ୟାପୀଠକୁ ଦେଖି ୬ଷ୍ଠ ଓ ୭ମ ଶ୍ରେଣୀ ବିଦ୍ୟାର୍ଥୀ ଉଲ୍ଲସିତ ହୋଇଯାଇଥିଲେ । ତେବେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀକକ୍ଷ ଶିକ୍ଷାଦାନ ପାଇଁ ସରକାର ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories