www.samajalive.in
Tuesday, December 9, 2025
19.1 C
Bhubaneswar

ସୁଶାନ୍ତ ନାଥ ବିଏସଏଫ ଆଇଜି ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଶ୍ରୀ ନାଥଙ୍କୁ ମନ୍ତ୍ରାଳୟ ପକ୍ଷରୁ ଖାଲିଥିବା ଆଇଜି ପଦରେ ନିଯୁକ୍ତ କରାଗଲା। ସେ ଡେପୁଟେସନରେ ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ। ନଚେତ୍‍ ଯେପର୍ଯ୍ୟନ୍ତ ମନ୍ତ୍ରାଳୟ ପକ୍ଷରୁ ଅନ୍ୟାଦେଶ ପ୍ରକାଶ ପାଇନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବେ। ତେଣୁ ତୁରନ୍ତ ତାଙ୍କୁ ଡେପୁଟେସନ ପାଇଁ ଅନୁମତି ଦେବାକୁ ଶ୍ରୀ ଶରକାର ପତ୍ରରେ ଅନୁରୋଧ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories