www.samajalive.in
Monday, December 15, 2025
24.1 C
Bhubaneswar

ଚାକିରିରୁ ବିଦା ହେଲେ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ

ଭୁବନେଶ୍ୱର – ବୈପାରୀଗୁଡାର ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପୁଲିସ୍‌ ଡିଜି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । କିଛି ଦନି ତଳେ ବେଆଇନ ଭାବେ ସେ ପୁଳା ପୁଳା ଟଙ୍କା ରଖିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ସେ ଟଙ୍କା ସହ ଧରା ପଡିଥିଲେ ।

ଭିଜିଲାନ୍ସ ଜାଲରେ ଫସିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଥିଲା ବିଡା ବିଡା ଟଙ୍କା। କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍‌‌ ମିଳିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଆଇଆଇସିଙ୍କ ବୈପାରୀଗୁଡା ଘର ଓ କାର୍ଯ୍ୟାଳୟରୁ ନଗଦ ୭.୫ ଲକ୍ଷ ଟଙ୍କା ମିଳିଥିଲା।
ସୂଚନା ଯୋଗ୍ୟ, କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ (ଆଇଆଇସି) ସୁଶାନ୍ତ ଶତପଥୀ କଟକ ସ୍ଥିତ ନିଜ ଘରକୁ ଫେରିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲ।। ଏହି ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା। ଏତେ ଟଙ୍କା କୁଆଡୁ ଆଣିଲେ ସେ ନେଇ ଭିଜିଲାନ୍ସ ପ୍ରଶ୍ନ କରିବାରୁ ଆଇଆଇସି ଏହାର କୌଣସି ଉତ୍ତର ରଖିପାରି ନଥିଲେ।  ଭିଜିଲାନ୍ସ ଅଧିକାରୀ ଆଇଆଇସିଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ କରି ପ୍ରାୟ ୭ ଲକ୍ଷ ଟଙ୍କା ଜବତ କରିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories