ଚନ୍ଦ୍ର ଗ୍ରହଣ ପୂର୍ବରୁ ସୂର୍ଯ୍ୟ ପରାଗ, ଜାଣନ୍ତୁ ଏହାର ପ୍ରଭାବ କେଉଁ ରାଶି ପାଇଁ ଅଶୁଭ
ଆସନ୍ତା ଜୁଲାଇ ୨୭ତାରିଖରେ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ପଡୁଛି। ଏହାର କିଛି ଦିନ ପୂର୍ବରୁ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି। କିଛି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ଖରାପ ପ୍ରଭାବ ପକାଇବ।
ଜ୍ୟୋତିଷଙ୍କ ମତରେ ଜୁଲାଇ ୧୩ ତାରିଖରେ ଆଷାଢ ମାସର ଅମାବାସ୍ୟାରେ ସୂର୍ଯ୍ୟ ପରାଗ ପଡୁଛି।
୧୩ଜୁଲାଇ ଭାରତୀୟ ସମୟାନୁସାରେ ସକାଳ ୭.୧୮ ମିନିଟରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ୮.୧୩ ମିନିଟ ପର୍ଯ୍ୟନ୍ତ ରହିବ। ଏହି ସୂର୍ଯ୍ୟ ପରାଗ ୯.୪୩ ମିନିଟରେ ମୋକ୍ଷ ହେବ ବୋଲି କୁହାଯାଇଛି।
ସୂର୍ଯ୍ୟ ପରାଗ କର୍କଟ ଲଗ୍ନ ଓ ମିଥୁନ ରାଶିରେ ଚଳନ ହେଉଛି। ଏହିଦିନ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ର ମିଥୁନ ରାଶିରେ ଅବସ୍ଥାପିତ କରିବେ। ଏବଂ ଲଗ୍ନରେ ବୁଧ ଓ ଶୁକ୍ର ରହିବେ।
ପରାଗ ଦିନ ମିଥୁନ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାପନ ହେତୁ କର୍କଟ ଲଗ୍ନ,କର୍କଟ ରାଶି, ମିଥୁନ ଲଗ୍ନ,ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହଣର ଅଶୁଭ ପ୍ରଭାବ ପଡିଥାଏ। ସୂର୍ଯ୍ୟ ଓ ଚନ୍ଦ୍ର ଗୋଟିଏ ଦିନରେ ମିଥୁନ ରାଶିରେ ରହିବା ଦ୍ୱାରା କର୍କଟ,ମିଥୁନ ଓ ସିଂହ ରାଶିର ବ୍ୟକ୍ତିଙ୍କୁ ମାନସିକ ରୂପେ କଷ୍ଟ ଭୋଗିବାକୁ ପଡିବ।
ଏହି ସୂର୍ଯ୍ୟ ପରାଗ ଦକ୍ଷିଣ ଅଷ୍ଟ୍ରେଲିଆ ଓ ଏହାର ଆଖପାଖ ଅଞ୍ଚଳରେ ଦେଖାଯିବ। ଏହା ଭାରତରେ ଆଂଶିକ ଭାବେ ପରିଦର୍ଶିତ ହେବ। ଏହାର ପ୍ରଭାବ ଭାରତରେ ପଡିବା ଦ୍ୱାରା ସତର୍କ ରହିବା ଆବଶ୍ୟକ ଅଟେ।