www.samajalive.in
Tuesday, December 9, 2025
19.1 C
Bhubaneswar

ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଘଟଣା, ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ସୁପ୍ରିମକୋର୍ଟ ସୋମବାର ତାଗିଦ କରିଛନ୍ତି । ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ ସନାତନ ଧର୍ମକୁ ସମାପ୍ତ କରିବା କଥା କହିଥିଲେ । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଷ୍ଟାଲିନଙ୍କୁ କହିଛନ୍ତି କି ‘ଆପଣ ସାଧାରଣ ଲୋକ ନୁହଁନ୍ତି । ଆପଣ ଜଣେ ମନ୍ତ୍ରୀ । ଆପଣଙ୍କୁ ଏମିକି କଥା ଶୋଭା ପାଉନି ।’

କୋର୍ଟ କହିଛନ୍ତି କି ଆପଣ ସମ୍ବିଧାନର ଧାରା ୧୯(୧)ର ଉଲ୍ଲଙ୍ଘନ କରିଛନ୍ତି । ଆପଣ କଣ ଏଭଳି ମନ୍ତବ୍ୟର ଫଳାଫଳ ଜାଣିନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପାଙ୍କର ଦତ୍ତାଙ୍କ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

- Advertisement -

କହିରଖୁଛୁ ୨ ସେପ୍ଟେମ୍ବର ୨୦୨୩ରେ ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗକୁ ସନାତନ ଧର୍ମ ସହିତ ତୁଳନା କରିଥିଲେ । ଏହାକୁ ବିରୋଧ ନୁହେଁ ବରଂ ସମାପ୍ତ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ପରେ ଅନେକ ରାଜ୍ୟରେ ତାଙ୍କ ବିରୁଦ୍ଧରେ ସନାତନ ଧର୍ମ ବିରୁଦ୍ଧ ବୟାନ ଦେବା ନେଇ ମାମଲା ରୁଜୁ ହୋଇଥିଲା ।

Hot this week

ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ଦ୍ୱିତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories