www.samajalive.in
Tuesday, December 9, 2025
17.1 C
Bhubaneswar

ଭୋଟ୍ ପାଇଁ ଲାଞ୍ଚ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ଡେସ୍କ: ସୁପ୍ରିମକୋର୍ଟର ଏକ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ପି ଭି ନରସିଂହ ରାଓ ମାମଲାରେ ଏହାର ୧୯୯୮ର ରାୟର ପୁନଃ ଯାଞ୍ଚ ଏବଂ ଜଣେ ସାଂସଦ ବା ବିଧାୟକ ଭୋଟ୍ ପାଇଁ ଲାଞ୍ଚ ମାମଲାରେ ସୁରକ୍ଷା ପାଇପାରିବେ କି ନାହିଁ ସେ ସମ୍ବନ୍ଧରେ ଆଦେଶ ସଂରକ୍ଷିତ ରଖିଛନ୍ତି।

ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ପରେ ଆଦେଶ ସଂରକ୍ଷିତ ରଖିଛନ୍ତି। ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଜଷ୍ଟିସ୍ ଏ ଏସ୍ ବୋପାନ୍ନା, ଏମ୍.ଏମ୍ ସୁନ୍ଦରେଶ, ପିଏସ୍ ନରସିଂହ, ଜେବି ପାରଡିୱାଲା, ସଞ୍ଜୟ କୁମାର ଏବଂ ମନୋଜ ମିଶ୍ର।

- Advertisement -

ଏହାପୂର୍ବରୁ, ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର ପାଇଁ ୭ ଜଣିଆ ବୃହତ ଖଣ୍ଡପୀଠକୁ ପଠାଇଥିଲେ। ଅଦାଲତ କହିଛନ୍ତି ଯେ ଧାରା ୧୦୫ (୨) ଏବଂ ଧାରା ୧୯୪ (୨) ର ଉଦ୍ଦେଶ୍ୟ ହେଉଛି ସଂସଦ ଏବଂ ରାଜ୍ୟ ବିଧାନସଭା ସଦସ୍ୟମାନେ ଏହାର ପରିଣାମକୁ ଭୟ ନକରି ସ୍ୱାଧୀନ ବାତାବରଣରେ କର୍ତ୍ତବ୍ୟ ତୁଲାଇବାରେ ସକ୍ଷମ ହେବା। ୭ ଜଣିଆ ଖଣ୍ଡପୀଠ ଜେଏମଏମ ସାଂସଦଙ୍କ ଲାଞ୍ଚ ମାମଲାରେ ପୁନର୍ବିଚାର କରିଥିଲେ ଯେଉଁଥିରେ ସାଂସଦମାନେ ୧୯୯୩ରେ ନରସିଂହ ରାଓ ସରକାରଙ୍କୁ ସମର୍ଥନ କରି ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories