ରବିବାର ରାଶିଫଳ
ମେଷ: ପଡ଼ୋଶୀଙ୍କ ସହଯୋଗ ପାଇବେ। ବନ୍ଧୁ ସୁଖ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ଲାଭ କରିବେ।
ବୃଷ: ବିଚାର ବିମର୍ଶ କରି କାର୍ଯ୍ୟ କଲେ ସଫଳତା ମିଳିବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଦୃଢ଼ ମନୋବଳ ନେଇ କାର୍ଯ୍ୟରେ ଆଗେଇବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶକ୍ତିମାନ୍ ହେବେ। ଶତ୍ରୁହନ୍ତା ହେବେ।
ମିଥୁନ: ଲୋକପ୍ରିୟତା ବଢ଼ାଇବେ। ପରଚର୍ଚ୍ଚା କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ।
କର୍କଟ: ଉପୁଜି ଥିବା ଅଶାନ୍ତିର ଅବସାନ ଘଟିବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଧର୍ମକୁ ଆଦରି ନେବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିକ୍ଷେତ ଉପରେ ଧ୍ୟାନ ଦେବେ।
ସିଂହ: ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହୋଇପାରନ୍ତି।
କନ୍ୟା: ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।
ତୁଳା: ବ୍ୟବସାୟ ଲାଭଜନକ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି। ସୈନିକମାନେ ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।
ବିଛା: ମାନସିକ ସ୍ଥିତି ଭଲ, ମନ୍ଦ, ମିଶ୍ରିତ ଅବସ୍ଥାରେ ରହିବ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁରଭାଷା ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନର ଅଗ୍ରଗଣ୍ୟ ହେବେ।
ଧନୁ: ସୁଖ, ସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହସୁଖ ଓ ଯାନବାହନ ସୁଖ ମିଳିବ।
ମକର: ଶ୍ରମ ସାର୍ଥକ ହେବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ।
କୁମ୍ଭ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭାବ ଆଦାନ ପ୍ରଦାନ ହୋଇପାରେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିିବାନ୍ ହୋଇପାରନ୍ତି।
ମୀନ: ନିଜକୁ ଏକାକୀ ମନେ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ସର୍ଦି-କଫରେ ପୀଡ଼ିତ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସତର୍କତା ସହ ଦିନଟି କାଟିବେ।
Comments are closed.