www.samajalive.in
Saturday, December 6, 2025
19.1 C
Bhubaneswar

ସୁନ୍ଦରୀକୁ ଧରିବା ପାଇଁ ସାତକୋଶିଆ ଅଭିମୁଖେ ଟ୍ରାଙ୍କୁଲାଇଜର ଟିମ୍

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ଗ୍ରାମାଞ୍ଚଳରେ ଉପଦ୍ରବ କରୁଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜର କରି ଅଚେତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ସେଥିପାଇଁ ମଙ୍ଗଳବାର ସକାଳେ ବନ ବିଭାଗ ତରଫରୁ ଚାରୋଟି ଟିମ୍ ସାତକୋଶିଆ ଅଭୟାରଣ୍ୟକୁ ଯାଇଛନ୍ତି। ଏଥିରେ ଓୟୁଏଟି, ଶିମିଳିପାଳ ଓ ନନ୍ଦନକାନନରୁ ଟ୍ରାଙ୍କୁଲାଇଜର ବିଶେଷଜ୍ଞମାନେ ସାମିଲ ହୋଇଛନ୍ତି। ସୋମବାର ଦିନ ସେମାନେ ଘଟଣାସ୍ଥଳକୁ ଯିବାରୁ ଥିଲା ମାତ୍ର ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅନୁଗୁଳ ଠାରେ ଅଟକି ରହିଥିଲେ।  ମଙ୍ଗଳବାର ସକାଳେ ବିଶେଷଜ୍ଞମାନେ ପୁଲିସ ଫୋର୍ସ ସହ ଗନ୍ତବ୍ୟସ୍ଥଳକୁ ଯାଇଥିବା ସୂଚନା ମିଳିଛି।

ବାଘୁଣୀ ‘ସୁନ୍ଦରୀ’ କିଛି ଦିନ ହେବ କୁମୁରି ଅଞ୍ଚଳରେ ବିଚରଣ କରୁଥିବାର ଜଣା ପଡିଛି। ତେବେ ମଙ୍ଗଳବାର ସେ ଏକ କୁକୁର ଶିକାର କରିଥିବା ସୂଚନା ମିଳିଛି। ପୂର୍ବରୁ ବାଘୁଣୀଟି ବଳଦ ଓ ଜଣେ ବ୍ୟକ୍ତିଙ୍କୁ ମାରି ଦେଇଥିଲା। ବାରମ୍ବାର ସୁନ୍ଦରୀର ଆକ୍ରମଣରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ରହିଛନ୍ତି। ତେବେ ଏହା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories