www.samajalive.in
Sunday, December 7, 2025
26.1 C
Bhubaneswar

ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ବିରୋଧ; ପ୍ରବଳ ଉତ୍ତେଜନା, ପୁଲିସର ଲାଠି ଚାର୍ଜ

ସୁନ୍ଦରଗଡ଼: ଖଣିପାଇଁ ମୁହାଁମୁହିଁ ହେଲେ ପୁଲିସ ଓ ବିସ୍ଥାପିତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ପ୍ରବଳ ବିରୋଧ କରାଯାଇଛି । ସ୍ଥାନୀୟ ବିସ୍ଥାପିତଙ୍କ ପ୍ରବଳ ବିରୋଧ ଯୋଗୁଁ ପୁଲିସ ଲାଠି ଚାଳନା କରିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିରୋଧ ସମୟରେ ପୁଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରେ ପୁଲିସ ଲୋକଙ୍କ ଉପରକୁ ଲାଠି ଚାଳନା କରିଥିଲା । ଏହି ଉତ୍ତେଜନା ଲାଗିରହିବା ମଧ୍ୟରେ ବେଦାନ୍ତ କଂପାନୀ ତାର କୋଇଲା ଖଣିକୁ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି କୋଇଲା ଖଣି ଭୂଷଣ କଂପାନୀକୁ ଆବଣ୍ଟନ ହୋଇଥିଲା । ଭୂଷଣ କଂପାନୀ ଜମି ଅଧିଗ୍ରହଣ କରିଥିଲା । ହେଲେ ପ​‌ରେ ଏଥିରୁ ଓହରି ଯାଇଥିଲା ଭୂଷଣ କଂପାନୀ । ଫଳରେ ବେଦାନ୍ତ କମ୍ପାନୀକୁ ଏହାକୁ ଆବଣ୍ଟନ କରାଯାଇଥିଲା । ଖଣି କାର୍ଯ୍ୟରେ ବିଳମ୍ବ ହୋଇଥିବା ଫଳରେ କମ୍ପାନୀ ପକ୍ଷରୁ ୬ ଲକ୍ଷ କ୍ଷତିପୂରଣ ଦେବା ପାଇଁ କୁହାଯାଇଥିଲା । ହେଲେ ସ୍ଥାନୀୟ ବିସ୍ଥାପିତ ମାନେ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଆଜି କଂପାନୀ ପକ୍ଷରୁ ଖଣି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ପ୍ରବଳ ବିରୋଧ କରିଥିଲେ ବିସ୍ଥାପିତ । ବିରୋଧକୁ ଦୃଷ୍ଟିରେ ରଖି ପୁଲିସ ଲାଠି ଚାଳନା କରି୍‌ଥିଲା । ଲାଠି ଚାଳନା ପରେ ମଧ୍ୟ ବର୍ତ୍ତମାନ ସେଠାରେ ଉତ୍ତେଜନା ଲାଗି ରହିଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories