www.samajalive.in
Tuesday, December 9, 2025
26.1 C
Bhubaneswar

୩ଦିନ ରିମାଣ୍ଡରେ ଗଲେ ବୀରମିତ୍ରପୁର ବହିଷୃତ ଥାନା ଅଧିକାରୀ ଆନନ୍ଦ ମାଝୀ

ସୁନ୍ଦରଗଡ଼: ତିନିଦିନିଆ ପୁଲିସ ରିମାଣ୍ଡରେ ଗଲେ ବୀରମିତ୍ରପୁର ଥାନାର ବହିଷ୍କୃତ ଅଧିକାରୀ ଆନନ୍ଦ ମାଝୀ । ଗତକାଲି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ତାଙ୍କୁ ଗିରଫ କରିବା ପରେ ଆଇନର ସମସ୍ତ ଅପୌଚାରିକ ବିଧି ସଂପନ୍ନ କରିବା ପରେ ଆଜି ରାତିରେ ସୁନ୍ଦରଗଡ଼ସ୍ଥିତ ଅତିରିକ୍ତ ଜିଲା ଦୌରା ଜଜ୍‍ ତଥା ପକ୍‍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକଙ୍କ ଅଦାଲତରେ ହାଜର କରାଯାଇଛି। ଅଦାଲତରେ ହାଜର ପୂର୍ବରୁ ଇନ୍ସପେକ୍ଟରଙ୍କ ଡାକ୍ତରୀ ମାଇନା ଓ ପରେ କୋଭିଡ ହସ୍ପିଟାଲରେ ତାଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁସନ୍ଧାନକାରୀ ଦଳ ଓ ସ୍ୱତନ୍ତ୍ର ନିଯୁକ୍ତ ଓକିଲ ଶ୍ରୀ କାନୁନଗୋ ଇନ୍ସପେକ୍ଟରଙ୍କୁ ୭ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଯୁକ୍ତି ବାଢ଼ିଥିବା ବେଳେ ସୁନ୍ଦରଗଡ଼ର ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି ତଦନ୍ତର ପ୍ରମୁଖ ଅଂଶ ସ୍ପଷ୍ଟ ହୋଇଯାଇଥିବାରୁ ଇନ୍ସପେକ୍ଟରଙ୍କ ରିମାଣ୍ଡ ଅବଧିର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି କରିଥିଲେ ।  ଉଚ୍ଚତମ ନ୍ୟାୟାଳୟର ନଜିର ଉପସ୍ଥାପନ କରି ଅଭିଯୁକ୍ତଙ୍କୁ ରିମାଣ୍ଡ ଦିଆଗଲେ ତାଙ୍କ ଓକିଲଙ୍କ ଉପସ୍ଥିତି ଜରୁରୀ ବୋଲି ଯୁକ୍ତି ବାଢ଼ିଥିଲେ।

ଅଦାଲତ ଶ୍ରୀ ମହାନ୍ତିଙ୍କ ଯୁକ୍ତିକୁ ଗ୍ରହଣ କରି ଜେରା ବେଳେ ଓକିଲ ଉପସ୍ଥିତ ରହିବେ ଓ ୩ଦିନର ରିମାଣ୍ଡ ପାଇଁ ମଞ୍ଜୁରି ଦେଇଥିବାର ଜଣାପଡ଼ିଛି। ଆସନ୍ତା ସୋମବାର ଦିନ ପୁନଶ୍ଚ ତାଙ୍କୁ ଅଦାଲତରେ ହାଜର କରିବା ପାଇଁ ଜଜ୍‍ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଦଳ ଓ ବହିଷ୍କୃତ ଇନ୍ସପେକ୍ଟରଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଅପରପକ୍ଷରେ ଇନ୍ସପେକ୍ଟରଙ୍କ ଅଦାଲତରେ ହାଜର ହେବାର ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଦାଲତ ବାହାରେ ଓକିଲ, ଜନସାଧାରଣ ଅପେକ୍ଷା କରି ରହିଥିଲେ ହିଁ ତାଙ୍କୁ ରାଉରକେଲାରୁ ବହୁ ବିଳମ୍ବରେ ଅଣାଯାଇ ଅଦାଲତରେ ହାଜର କରାଯାଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ବହିଷ୍କୃତ ଇନ୍ସପେକ୍ଟରଙ୍କୁ ତାଙ୍କ ପ୍ରତିକ୍ରିୟା ପଚରାଯିବାରୁ ସେ ଲୁହଭରା ଓ ବାଷ୍ପରୁଦ୍ଧ କଣ୍ଠରେ ‘ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ’ ଆଇନ ଉପରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଅଛି ଓ ଏ ଲଢ଼େଇରେ ମୁଁ ଜିତିବି ବୋଲି କହି ଚାଲିଯାଇଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀ ମହାନ୍ତିଙ୍କୁ ସତ୍ୟବ୍ରତ ଓଝା ସହାୟତା କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଓକିଲ ଶ୍ରୀ କାନୁନଗୋଙ୍କୁ ସୁନ୍ଦରଗଡ଼ ପି.ପି ଅବଦୁଲ ସମିମ ଅଖତର ସହାୟତା କରିଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories