www.samajalive.in
Monday, December 8, 2025
27.1 C
Bhubaneswar

ଅବ୍ୟବସ୍ଥାକୁ ନେଇ ଡାକ୍ତରଖାନା ସମ୍ମୁଖରେ ବିକାଶ ପରିଷଦ ତରଫରୁ ଧାରଣା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଡାକ୍ତରଖାନାରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ଥର ଦାବି ହୋଇ ଆସୁଥିବା ଥିବା ବେଳେ ଏହାର ସମାଧାନ ହୋଇ ପାରିନାହିଁ। କଣ୍ଟାବାଞ୍ଜି ବିକାଶ ପରିଷଦର ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଆଜି ଡାକ୍ତରଖାନା ସମ୍ମୁଖରେ ଦୁଇ ଘଣ୍ଟା ଯାଏ ଧାରଣାରେ ବସିଥିଲେ କଣ୍ଟାବାଞ୍ଜି ବିକାଶ ପରିଷଦର କର୍ମୀମାନେ।

କିଛି ମାସ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ ମଧ୍ୟ ଡାକ୍ତରଖାନା ପରିଦର୍ଶନ କରି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ବିକାଶ ପରିଷଦ ସଭାପତିଙ୍କ ନେତୃତ୍ୱରେ ୭ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉପଦେଶରେ ଡାକ୍ତରଖାନା କାର୍ଯ୍ୟବାହୀ ଅଧିକ୍ଷକ ଡ଼ା ରାକେଶ ପଣ୍ଡିତଙ୍କ ଜରିଆରେ ଦେଇଥିଲେ।
ଦାବିପତ୍ର ଦେବା ସମୟରେ ଆଇନଜୀବୀ ସଙ୍ଘର ସଭାପତି ପ୍ରଫୁଲ୍ଲ ନାୟକ, ଛୋତୁ ଖାଁ, ରାଜେଶ ଶର୍ମା, ସୁରଥ ବେହେରା, ବିଶାଳ ବେହେରା, ମହିଳା ନେତ୍ରୀ କୁର୍ତ୍ତିକା ମାଝୀ, ସସ୍ମିତା ଦଣ୍ଡସେନା, ୱାର୍ଡ ମେମ୍ବର ଯଜ୍ଞସିନୀ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ପ୍ରମୁଖ ଦାବିଗୁଡିକ ମଧ୍ୟରେ ଉପଖଣ୍ଡ ସ୍ତରୀୟ ମାନ୍ୟତା ଦିଆଯାଉ, ବିଗତ ଏକ ବର୍ଷ ପୁର୍ବରୁ ଏଠାରେ ସି.ଏସ୍ କରାଯାଉଥୁଲା, ବର୍ତମାନ ନିଶ୍ଚେତକ ବିଶେଷଜ୍ଞ ନ ଥ‌ିବାରୁ ଏଠାରେ ଆବଶ୍ୟକ ଥିଲେ ପ୍ରସୂତି ମହିଳାଙ୍କୁ ସି.ଏସ୍ କରାଯାଇ ପାରୁନାହିଁ, ଏଣୁ ବାଧ୍ୟହୋଇ ଗର୍ଭବତୀ ମହିଳାମାନେ ବଲାଙ୍ଗୀର ହସ୍ପିଟାଲକୁ ରେଫର୍‌ ହୋଇଯାଉଛନ୍ତି, ଏଣୁ ଜଣେ ଡାକ୍ତର ନିଯୁକ୍ତ କରାଯାଉ, ଦାନ୍ତ ଡାକ୍ତର ଅଛନ୍ତି ଅଥଚ ଡାକ୍ତରଖାନାରେ ଦାନ୍ତ ଚିକିତ୍ସାର ଉପକରଣ ନାହିଁ, ଯାହା ଫଳରେ ଦାନ୍ତ ରୋଗୀମାନେ ଚିକିତ୍ସାରୁ ବଂଚିତ ହେଉଛନ୍ତି, ବହୁତ ଦିନ ହେଲା ସ୍ଥାୟୀ ମେଡିକାଲ ଅଫିସର ନଥିବାରୁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଯଥାଶିଘ୍ର ଜଣେ ବରିଷ୍ଠ ମେଡିକାଲ ଅଫିସର ଇନଚାର୍ଜଙ୍କୁ ନିଯୁକ୍ତି ଦିଆଯାଉ, ବହୁ ଦିନରୁ ଖାଲି ଥ‌ିବା ୨ ଜଣ ଶିଶୁରୋଗ ବିଶେଶଜ୍ଞରୁ ଜଣେ ମାତ୍ର ଡାକ୍ତର ଅଛନ୍ତି, ଆଉ ଜଣେ ନିଯୁକ୍ତି କରାଯାଉ, ଜଣେ ଚକ୍ଷୁ ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉ, ଦୀର୍ଘ ଦିନ ଧରି ଡାକ୍ତରଖାନା ପରିସରରେ ଓବର ହେଡ଼ ଟାଙ୍କିର ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ପି.ଏଚ୍.ଡି ବିଭାଗ ତରଫରୁ ଜଳ ଯୋଗାଣ ହୋଇପାରି ନାହିଁ, ଯାହା ଫଳରେ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ଏଣୁ ଯଥାଶିଘ୍ର ଜଳ ଯୋଗାଣ ବ୍ୟବସ୍ଥା କରାଯାଉ।

ଉପରୋକ୍ତ ସମସ୍ୟାଗୁଡିକର ତୁରନ୍ତ ସମାଧାନ ପାଇଁ “ କଣ୍ଟାବାଞ୍ଜି ବିକାଶ ପରିଷଦ” ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର କାର୍ଯ୍ୟବାହୀ ଡାକ୍ତରଖାନା ଅଧିକ୍ଷକଙ୍କ ଜରିଆରେ ଦିଆଯିବା ପରେ ଧାରଣାରୁ ବିକାଶ ପରିଷଦ ସଦସ୍ୟ ଗଣ ଓହରି ଥିଲେ।

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ଏମାନଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories