www.samajalive.in
Saturday, December 6, 2025
26.1 C
Bhubaneswar

ତିନିଶହ ବର୍ଷର ପୁରାତନ ବାଲୁଙ୍କେଶ୍ୱର ମହାଦେବପୀଠ ଅବହେଳିତ, ଦେବୋତ୍ତର ବିଭାଗ ଦୃଷ୍ଟି ଦେବାକୁ ଦାବି

ହରିପୁରଶାସନ(ଚିଲିକା): ଚିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ିହ ସନ୍ନିକଟରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ବିଭିନ୍ନ ଦିଗରୁ ଅବହେଳିତ ହୋଇପଡ଼ିଛି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମନ୍ଦିରର ମାଫତଦାର ଗଇନଡ଼ା ନିବାସୀ ବରିଷ୍ଠ ଶିକ୍ଷାବିତ ପ୍ରସନ୍ନ କୁମାର ସୁବୁଦ୍ଧିଙ୍କ ସୂଚନା ଅନୁଯାୟୀ, ତିନିଶହ ବର୍ଷର ପୁରାତନ ବାଲୁଙ୍କେଶ୍ଵର ମହାଦେବଙ୍କ ପୀଠ ଏହି ଅଞ୍ଚଳର ଆରାଧ୍ଯ ଶୈବପୀଠ ଭାବେ ପରିଚିତ । ଏହି ମନ୍ଦିର ହାଟବରଡ଼ି ଗ୍ରାମର ଦକ୍ଷିଣ-ପଶ୍ଚିମ ଦିଗରେ ବିରାଜମାନ ହୋଇଛି। ମନ୍ଦିରକୁ ଆସିବାକୁ ହେଲେ ଗୋଟିଏ ନଈ ପାରିହେବାକୁ ପଡ଼ିଥାଏ । ସେଠାରେ କୌଣସି ପୋଲ ଶ୍ରଦ୍ଧାଳୁମାନେ ଅସୁବିଧା ଭୋଗିଥାନ୍ତି। ମନ୍ଦିର ପରିସରର ଚତୁଃପାର୍ଶ୍ଵରେ ବିସ୍ତୀର୍ଣ୍ଣ ପଡ଼ିଆ ରହିଛି। ଏହି ପଡ଼ିଆରେ ମାଘ ସପ୍ତମୀ ଠାରୁ ସପ୍ତଦିବାତ୍ମକ ଶୈବଯଜ୍ଞ ଅବସରରେ ମହୋତ୍ସବ ଅନୁଷ୍ଠିତ ହେଉଛି। ‘ବରଡ଼ି ଯଜ୍ଞ’ ଏଠାରେ କରାଯାଉଥ‌ିବାରୁ ତାହାର ପ୍ରସିଦ୍ଧି ରହିଛି।

ଏହି ସମୟରେ ହାଟବରଡ଼ି ସମେତ ଗଇନଡ଼ା ଗ୍ରାମ ଏବଂ ପାଖାପାଖ ଦଶଟି ଗାଁର ଲୋକ ଏହି ଯଜ୍ଞରେ ସାମିଲ ହେଉଥିଲେ। ବର୍ତ୍ତମାନ ବାର୍ଷିକ ଶୈବଯଜ୍ଞ ଓ ଯାନିଯାତ୍ରା ପାରମ୍ପରିକ ଭାବେ କେବଳ ଅନୁଷ୍ଠିତ ହେଉଛି । ଧୀରେ ଧୀରେ ଏହାର ଆଦର କମିଗଲାଣି । ମନ୍ଦିର ଚତୁଃପାର୍ଶ୍ଵ ପଡ଼ିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହାର ପରିବେଶ ସ୍ବଚ୍ଛତା ପ୍ରତି କାହାର ନଜର ନାହିଁ । ଗ୍ରାମର ବୟୋଜ୍ୟେଷ୍ଠଙ୍କ ଠାରୁ ଶୁଣିବାକୁ ମିଳେ, ମହାପ୍ରଭୁଙ୍କ ନୀତିକାନ୍ତି ନିମନ୍ତେ ତିନିବାଟି ଦଶମାଣ ଜମି ଖଞ୍ଜା ରହିଥିଲା । ହେଲେ ତାହାର ହିସାବ ମିଳୁ ନଥିବାରୁ ମହାପ୍ରଭୁଙ୍କ ଆୟ କିଛି ହେଉନାହିଁ। ଠାକୁରଙ୍କୁ ପ୍ରତ୍ୟହ ମାଳି ମହାପାତ୍ର ପୂଜାର୍ଚ୍ଚନା କରୁଛନ୍ତି। ହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଭକ୍ତଙ୍କ ଦାନ ଉପରେ ନିର୍ଭର କରୁଥିବାରୁ ପୂଜକଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇପାରୁନି। ଏହାଛଡ଼ା ଏହି ମନ୍ଦିରର ଉନ୍ନତିକରଣ ହୋଇପାରୁନାହଁ । ଏହି ମନ୍ଦିର ଉପରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମାନସିକ ଯାଚଙ୍ଗା ସମେତ ସାମୂହିକ ମାଙ୍ଗଳିକ କାର୍ଯ୍ୟ କରାଯାଉଥିଲେ ମଧ୍ୟ ମନ୍ଦିର ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି । ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଚିଲିକାର ତଟଦେଶରେ ଥିବା ଏହି ପୁରାତନ ଶୈବପୀଠଟି ଉପରେ ଦେବୋତ୍ତର ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories