ରାଇକିଆ: ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ଥିବା ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ ନିକଟରେ ଏକ ସିମେଣ୍ଟର ନୂତନ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି। ଏଠାରେ ସୂଚନାଯୋଗ୍ୟ, ରାଇକିଆ-ବାଲିଗୁଡା ମୁଖ୍ୟ ରାସ୍ତା କଡ଼ ବିଜୟ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ବିଦ୍ୟୁତ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ଥିବା ଖବର ‘ସମାଜଲାଇଭ’ରେ ପ୍ରକାଶ ପାଇଥିଲା। ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ତୁରନ୍ତ ଖୁଣ୍ଟି ପୋତା ହୋଇଛି। ଏବେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ହଷ୍ଟେଲରେ ରହୁଥିବା ଛାତ୍ର, ପଥଚାରୀ ବଜାରକୁ ନିରାପଦ ଭାବେ ଯିବା ଆସିବା କରିପାରିବେ। କିଛି ଗୋଟିଏ ଅଘଟଣ ପୂର୍ବରୁ ବିଭାଗ ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି।
Popular Categories



