www.samajalive.in
Saturday, December 6, 2025
15.1 C
Bhubaneswar

ମୃତ ନକ୍ସଲଙ୍କ ମଧ୍ୟରେ ଓଡିଶାର ଜୟୀରାମ: ଘଟଣାକୁ ବଡ ସଫଳତା କହିଲେ ସ୍ଵରାଷ୍ଟ୍ର ମନ୍ତ୍ରୀ

ଛତିଶଗଡ : ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡିଶାର ଜୟୀରାମ । ଏ ନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ଦୁଇ ଦିନରେ ମୃତ ୧୪ ନକ୍ସଲଙ୍କ ମଧ୍ୟ ରହିଛନ୍ତି ଓଡିଶାର ନକ୍ସଲ ଜୟୀରାମ। ମୃତ ଜୟୀରାମ ହେଉଛନ୍ତି ସେଣ୍ଟ୍ରାଲ କମିଟିର ସଦସ୍ୟ। ତେବେ ନକ୍ସଲ ଅପରେସନ୍ ଇତିହାସରେ ସିସି ସଦସ୍ୟ ନିପାତ ହେଉଛି ପ୍ରଥମ ଘଟଣା। ଜୟୀରାମଙ୍କୁ ଧରାଇବାକୁ ୧କୋଟିରୁ ଅଧିକ ପୁରସ୍କାର ନିଶ୍ଚିତ ଥାଇପାରେ। ତେଣୁ ଏହା ପୁଲିସ୍ ପାଇଁ ଏକ ବଡ ସଫଳତାର ବିଷୟ। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶ ନକ୍ସଲ ଶୂନ୍ୟ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ସେପଟେ ଏହି ଘଟଣାକୁ ବଡ ସଫଳତା ବୋଲି କହିଛନ୍ତି ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା। ସେ କହିଛନ୍ତି ନକ୍ସଲମୁକ୍ତ ଭାରତ ପାଇଁ ଆମ ସୁରକ୍ଷାକର୍ମୀଙ୍କ ଉଦ୍ୟମ ପ୍ରଶଂସନୀୟ। ସିଆରପିଏଫ୍, ଏସଓଜି ଓଡିଶା , ଛତିଶଗଡ ପୁଲିସ ୧୪ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଓଡିଶା-ଛତିଶଗଡ ସୀମାରେ ମିଳିତ ଅପରେସନ୍ ଯୋଗୁଁ ଏହି ସଫଳତା ମିଳିଛି। ନକ୍ସଲବାଦ ଶେଷ ନିଶ୍ଵାସ ତ୍ୟାଗ କରିବାକୁ ଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories