www.samajalive.in
Saturday, December 6, 2025
23.1 C
Bhubaneswar

ପରସ୍ପରକୁ ଆଲିଙ୍ଗନ କରି କାନ୍ଦିଲେ, ତା’ପରେ ଜୀବନ ହାରିଲେ ଦମ୍ପତି

କାନପୁର : କାନପୁରରେ ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ୪ ବର୍ଷ ପୂର୍ବରୁ ଉଭୟ ପ୍ରେମ ବିବାହ କରି ଥିଲେ। ଆତ୍ମହତ୍ୟା ପୂର୍ବରୁ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରିବା ସହ କାନ୍ଦି ଥିଲେ। ଦମ୍ପତିଙ୍କ ମୃତ୍ୟୁରେ ପରିବାର ସ୍ତବ୍ଧ ହେବା ସହ ଶୋକର ଛାୟା ଖେଳିଯାଇଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ହସଖୁସିରେ ରହୁଥିବା ଦମ୍ପତି କାହିଁକି ମୃତ୍ୟୁକୁ ଆପଣାଇଲେ। ଘଟଣାସ୍ଥଳରୁ ସୁଇସାଇଡ୍‌ ନୋଟ୍‌ ମଧ୍ୟ ମିଳି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, କାନପୁରର ପନକୀ ଅଞ୍ଚଳରେ ବାସ କରୁଥିବା ଅଲ୍କେଶଙ୍କର ୬ ବର୍ଷ ପୂର୍ବରୁ ସଲୋନୀ ନାମକ ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା । ଏହାପରେ ୪ ବର୍ଷ ପୂର୍ବରୁ ଉଭୟ ବିବାହ କରି କରିଥିଲେ। ପରିବାର ମଧ୍ୟ ଏଥିରେ ରାଜି ହୋଇଥିଲେ।

- Advertisement -

ଅଲ୍କେଶ ଟ୍ରକ୍‌ ଚଲାଇବା ସହ ଭଲ ରୋଜଗାର ମଧ୍ୟ କରୁଥିଲେ। ଉଭୟଙ୍କ ପରିବାର ସହ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା ବୋଲି କୁହାଯାଉଛି । ମାତ୍ର ଗତ ସୋମବାର ଅଲ୍କେଶ-ସଲୋନୀ ତାଙ୍କ କକ୍ଷରୁ ବାହାରକୁ ଆସିନଥିଲେ। ସାନ ଭାଇ ଯେତେ ଡାକିଲେ ମଧ୍ୟ କେହି ଶୁଣିନଥିଲେ। ସନ୍ଦେହ ହେବା ପରେ କବାଟ ଭଙ୍ଗା ଯାଇଥିଲା। ଉଭୟ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ପାଟିରୁ ଫେଣ ମଧ୍ୟ ନିର୍ଗତ ହୋଇଥିଲା। ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଥିଲା । ଖବର ସାମ୍ନାକୁ ଆସିବା ପରେ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ।
ଖବର ପାଇ ପୁଲିସ ପହଞ୍ଚିବା ପରେ ପାଖ ପଡୋଶୀଙ୍କୁ ଏନେଇ ପଚରାଉଚରା ମଧ୍ୟ କରିଥିଲା। ପଡୋଶୀ କହିଥିଲେ ଉଭୟ ଖୁବ୍‌ ଖୁସିରେ ରହୁଥିଲେ, ସେମାନଙ୍କର କୌଣସି କଳହ ହେଉନଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍‌ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories