www.samajalive.in
Sunday, December 7, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍‌ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..

ନୂଆଦିଲ୍ଲୀ : ଆମ୍ୟୁଜ୍‌ମେଣ୍ଟ ପାର୍କରେ ଆଶ୍ଚର୍ଯ୍ୟ କରୁଥିବା ଅନେକ ଘଟଣା ସାମ୍ନାକୁ ଆସିଛି । ଏହାକୁ ଦେଖି ଲୋକେ ଭୟଭୀତ ମଧ୍ୟ ହୋଇଛନ୍ତି । ଏବେ ହାଇଦ୍ରାବାଦରେ ହୋଇଥିବା ନୁମାଇଶ ମେଳାରେ ଘଟିଥିବା ଏକ ଘଟଣା ହଇଚଇ ସୃଷ୍ଟି କରିଛି । ଏଠାରେ ରୋଲର କୋଷ୍ଟର ଦୋଳିରେ ଝୁଲୁଥିବା ସମୟରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଭୟଭୀତ ହେବା ସହ ନିଶ୍ୱାସ ଅଟକି ଯିବା ଭଳି ଅନୁଭବ ହୋଇଥିଲା । ଏହି ଘଟଣା ୧୬ ଜାନୁଆରୀର ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ମଧ୍ୟ ହେଉଛି । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..

ହାଇଦ୍ରାବାଦରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୁମାଇଶ ମେଳାର ଆୟୋଜନ କରାଯାଇଛି । ଏଠାକୁ ଆସୁଥିବା ଅଧିକାଂଶ ଲୋକେ ରୋଲର କୋଷ୍ଟର ଦୋଳିରେ ନିଶ୍ଚୟ ବସି ମଜା ନିଅନ୍ତି । ଦୋଳିରେ ବସି ମଜା ନେଉଥିବା ସମୟରେ ଏଭଳି ଭୟଙ୍କର ଅନୁଭୂତି ହେବ ବୋଲି ଲୋକେ କେବେ ଚିନ୍ତା ମଧ୍ୟ କରିନଥିବେ । ଦୋଳିରେ ବସିଥିବା ସମୟରେ ହଠାତ୍‌ ଅଧା ବାଟରେ ଅଟକି ଯାଇଥିଲା ।

- Advertisement -


ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଲୋକେ ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ଲୋକେ ଓଲଟା ଝୁଲି ରହିଥିଲେ । ବ୍ୟାଟେରୀ ଖରାପ ହୋଇଯିବାରୁ ଏଭଳି ହୋଇଥିଲା ବୋଲି କୁହଯାଉଛି । ଟେକ୍ନିସିଆନ୍‌ ତୁରନ୍ତ ଦୋଳି ଉପରେ ଚଢି ଏହାକୁ ଠିକ୍‌ କରିଥିଲେ । ଏହି ସମୟରେ ଓଲଟା ଝୁଲି ରହିଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଲୋକେ ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

ଜାନୁଆରୀ ୨୮ରେ ଶୁକ୍ର ଚଳନ ପାଇଁ ଶକ୍ତିଶାଳୀ ରାଜଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ, କିଣିବେ ଗାଡି, ହେବ ବିବାହ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories