ନିମାପଡ଼ା: ନିମାପଡ଼ା ବ୍ଲକ ଅନ୍ତୁଆର ପଞ୍ଚାୟତ ଅନ୍ତର୍ଗତ ମହାପାତ୍ର ସାହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ଦୀର୍ଘ ୫ ବର୍ଷ ତଳେ ଏହି ଗ୍ରାମକୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ରାସ୍ତାଟି ଫାଟି ଦବିଯିବା ସହିତ ବିଭିନ୍ନ ସ୍ଥାନରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। କଂକ୍ରିଟ ରାସ୍ତା ଉପରେ ଅନାବନା ଗଛ ଓ ମାଟି ଚଢିଯାଇଛି।
ଗ୍ରାମବାସୀ ରାସ୍ତାରେ ଯାନବାହାନ ନେଇ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଜରୁରୀକାଳୀନ ଆମ୍ବଲାନ୍ସ ଓ ଅଗ୍ନିଶମ ଗାଡ଼ି ସାହିକୁ ଯାଇ ପାରୁନାହିଁ। ରାସ୍ତା ଅବସ୍ଥା ଖରାପ ନେଇ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ନିକଟରେ ବାରମ୍ବାର ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମର ସତ୍ୟବାଦୀ ମହାପାତ୍ର, ମନମୋହନ ନାୟକ, ସର୍ବେଶ୍ବର ନାୟକ, ଧନେଶ୍ବର ନାୟକ, ନିରଞ୍ଜନ ନାୟକ ଓ ବୈକୁଣ୍ଠ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ତେବେ ଏହି ରାସ୍ତା ମରାମତି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।



