www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀ-ଏନସିଆରରେ ଚାକିରିଆଙ୍କ ସମସ୍ୟା ଦୂର, ଉଡିକି ଯିବେ ଅଫିସ୍

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକମାନେ ନିଜ ଅଫିସ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ମୁଖ୍ୟ କାରଣ ଟ୍ରାଫିକ୍ ସମସ୍ୟା । କିନ୍ତୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ବଜାରକୁ ଏମିତି ଏୟାର ଟ୍ୟାକ୍ସି ଆସିବାକୁ ଯାଉଛି ଯେଉଁଥିରେ ମାତ୍ର କିଛି ସମୟରେ ଆପଣ ଅଫିସରେ ପହଞ୍ଚି ପାରିବେ ।

ଗ୍ରେଟର ନୋଏଡାର ଇଣ୍ଡିଆ ଏକ୍ସପୋ ମାର୍ଟରେ ବ୍ଲୁଜ୍ ଏରୋ କମ୍ପାନୀ ନିଜର ଏହି ଏୟାର ଟ୍ୟାକ୍ସି ପ୍ରଦର୍ଶିତ କରିଛି । ପ୍ରଯୁକ୍ତିବିଦ୍ୟା ଓ ଆରାମକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଏଥିରେ କମ୍ ସମୟରେ ଏବଂ ଅତି ସୁରକ୍ଷିତ ଭାବେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡି ଯାଇପାରିବେ ।

- Advertisement -

ବ୍ଲୁଜ୍ ଏରୋ କମ୍ପାନୀର ସିଇଓ ଅମର କହିଛନ୍ତି କି ଗ୍ରେଟର ନୋଏଡାରୁ ଦିଲ୍ଲୀ ଅଧିକ ଦୂର ନୁହେଁ । ତଥାପି ଏହି ରାସ୍ଥାରେ ଟ୍ରାଫିକ୍ ଜାମ୍ ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ ହୁଏ । ଏୟାର ଟ୍ୟାକ୍ସି ଦ୍ବାରା ଅନେକ ସମୟ ବଞ୍ଚିବ । ଥରେ ଚାର୍ଜ କଲେ ଏହା ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଅର୍ଥାତ୍ ଥରେ ଚାର୍ଜ କଲେ ଏଥିରେ ଦିଲ୍ଲୀରୁ ଲକ୍ଷ୍ନୌ ଯାଇପାରିବ । ଦିଲ୍ଲୀରୁ ଗ୍ରେଟର ନୋଏଡା ଯାତ୍ରା ପାଇଁ ଗ୍ରାହକଙ୍କୁ ୨ ହଜାରରୁ ୨୨୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories