୧୧ ସରକାରୀ କର୍ମଚାରୀ ମୃତ- ମତଦାନ କରେଇବା ପାଇଁ ଯାଇଥିଲେ, ଉତ୍ତରପ୍ରଦେଶରେ ଜୀବନ ନେଉଛି ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ – ପ୍ରଦୂଷଣ ହେଉ କି ଜଙ୍ଗଲ ହାନୀ , ଏବେ ବିଷ ବଳୟରେ ସାରା ପୃଥିବୀ । ଜଳବାୟୁ ପରିବର୍ତ୍ତନ କଥା ସମସ୍ତେ ଜାଣିଛନ୍ତି ହେଲେ ଅନେକ ଏବେ ବି ସଚେତନ ନୁହନ୍ତି । ଏହାର ପରିଣାମ ସମସ୍ତଙ୍କୁ ଭୋଗିବା ପାଇଁ ପଡୁଛି । ପ୍ରଦୂଷଣ ନ ରୋକିଲେ ଗଛ ନଲଗାଇଲେ ତାହାର ଭୟଙ୍କର ପରିସ୍ଥିତିକୁ ଭବିଷ୍ୱତରେ ସମସ୍ତେ ସାମ୍ନା କରିବେ । ସାରା ଦେଶରେ ଗରମ ଯୋଗୁଁ ଅଂଶୁଘାତରେ ଅନେକ ଜୀବନ ଗଲାଣି । ଉତ୍ତର ପ୍ରଦେଶର ନିର୍ବାଚନ କାର୍ଯ୍ୟରେ ଲାଗିଥିବା ୧୧ ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।

prayash

ୟୁପିର ମୀର୍ଜାପୁରରେ ୭ଜଣ ସରକାରୀ କର୍ମଚାରୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନେ ମତଦାନ କାର୍ଯ୍ୟରେ ନିୟୋଜିତ ଥିବା MSN ସମ୍ବାଦ ସରୋବରାହ ସଂସ୍ଥା ସୂଚନା ଦେଇଛି । ଗୋରଖପୁର,ଗାଜିୟାବାଦ ଏବଂ ସୋନଭଦ୍ରରେ ମଧ୍ୟ ସରକାରୀ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି । ଅଂଶୁଘାତର ଶିକାର ହୋଇଥିବା ଅଧିକାଂଶ କର୍ମଚାରୀଙ୍କ ବୟସ ୪୦ରୁ ୫୬ ବର୍ଷ ମଧ୍ୟରେ ।

ଏବେ ସାରା ଦେଶରେ ଗ୍ରୀଷ୍ମ ଲହର । ଓଡ଼ିଶାର ସୁନ୍ଦରଗଡ଼ ଏବଂ ଝାରସୁଗୁଡାରେ ଗ୍ରୀଷ୍ମ ପ୍ରବାହରେ ଅନେକଙ୍କର ମୃତ୍ୟୁ ହୋଇଛି । ଏହି ସମୟରେ ପ୍ରଚୁର ପାଣି ପିଇବା ସହ ଓଦା ଗାମୁଛା ,ଛତା ବ୍ୟବହାର ଏବଂ ଖରାରେ କାମ ନ କରିବା ପାଇଁ ସଚେତନ କରାଯାଉଛି । ସବୁଠାରୁ ବଡ ସଚେତନତା ହେଉଛି ସମସ୍ତେ ଗଛ ଲଗାଇବା ଏବଂ ପରିବେଶ ପ୍ରଦୁଷଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ନହେଲେ ଡାଇନାସୋର ପରି ପରବେଶ ଏବଂ ଜଳବାୟୁ ପରିବର୍ତ୍ତନଯୋଗୁଁ ସାରା ବିଶ୍ୱରୁ ମଣିଷ ଏବଂ ଅନେକ ପ୍ରଜାତିର ଜୀବଜନ୍ତୁ ଲୋପ ପାଇଯିବାର ସମ୍ଭାବନା ରହିଛି ।

Comments are closed.