www.samajalive.in
Tuesday, December 9, 2025
17.1 C
Bhubaneswar

ନିଜ ବନ୍ଧୁକ ଗୁଳିରେ ଯବାନଙ୍କ ଆତ୍ମହତ୍ୟା

ନାକଟିଦେଉଳ : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନାରେ କାର୍ଯ୍ୟରତ ସ୍ୱତନ୍ତ୍ର ସଶସ୍ତ୍ର ବଳ ପ୍ରଥମ ବାଟାଲିୟନର ଜଣେ ଯବାନଙ୍କ ନିଜ ବନ୍ଧୁକ ଗୁଳିରେ ରବିବାର ସକାଳେ ମୃତ୍ୟୁ ଘଟିଛି। ମୃତ ଯବାନ ହେଉଛନ୍ତି ବରଗଡ଼ ଜିିଲା ଗାଇସିଲେଟ ଥାନା ଅନ୍ତର୍ଗତ ଶରଧାପାଲିି ଗ୍ରାମର ଅମୀର କୁମାର ସାହୁ (୩୬)। ସେ ଡ୍ୟୁଟିରେ ଥିବା ସମୟରେ ନିଜ ବେକରେ ଗୁଳି ମାରି ଆତ୍ମହତ୍ୟା କରିିଥିବା କୁହାଯାଉଛି। ସପ୍ତାହକରେ ସମ୍ବଲପୁର ଜିଲାର ମାଓ ଅଧ୍ୟୁଷିତ ଅଞ୍ଚଳରେ ନିୟୋଜିତ ଥିବା ଯବାନଙ୍କ ଆତ୍ମହତ୍ୟାର ଏହା ଦ୍ୱିତୀୟ ଘଟଣା। ଯୁଯୁମୁରା ଥାନାଞ୍ଚଳରେ ଥିବା ସିଆରପିଏଫ ବାଟାଲିୟନ୍‍ର ଏକ ଯବାନଙ୍କର ମଧ୍ୟ ଗତ ୪ତାରିଖରେ ଅନୁରୂପ ଭାବେ ମୃତ୍ୟୁ ହୋଇଥିଲା। ମାନସିକ ଅବସାଦରୁ ଏହି ଯବାନମାନେ ଆତ୍ମହତ୍ୟା କରୁଥିବା କୁହାଯାଉଛି।
ଖବର ଅନୁସାରେ ମାଓବାଦୀ କାର୍ଯ୍ୟକଳାପ ଦମନ ନିମନ୍ତେ କିସିଣ୍ଡା ଥାନାଞ୍ଚଳରେ ଅବସ୍ଥାପିତ ସଶସ୍ତ୍ର ବଳର ଏହି ବାଟାଲିୟନରେ ଅମୀର ପ୍ରାୟ ୬ ମାସ ହେବ ନିୟୋଜିତ ଥିଲେ। ରବିବାର ଭୋର ୪ଟାରୁ ସେ ଥାନା କୋଠା ଛାତ ଉପରେ ସେଣ୍ଟ୍ରି ଡ୍ୟୁଟି କରୁଥିିଲେ। ପ୍ରାୟ ୨ଘଣ୍ଟା ପରେ ସକାଳ ପ୍ରାୟ ୫ଟା ୫୫ମିନିଟରେ ନିଜର ଇନସାସ ବନ୍ଧୁକର ନଳି ନିଜ ବେକରେ ରଖି ତିନି ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳି ଫୁଟିବା ଶବ୍ଦ ଶୁଣି ସହକର୍ମୀ ଯବାନମାନେ ତୁରନ୍ତ ଛାତ ଉପରକୁ ଯାଇ ସେଠାରେ ଅମିରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିବାକୁ ପାଇଥିଲେ। ସକାଳୁ ସକାଳୁ ବନ୍ଧୁକରୁ ଗୁଳି ଫୁଟିବା ଶବ୍ଦ ଶୁଣି ଥାନା ପାଖକୁ ଲାଗିଥିବା କିସିଣ୍ଡା ଗ୍ରାମର ଜନସାଧାରଣ ମଧ୍ୟ ଆତଙ୍କିତ ହୋଇପଡ଼ିଥିଲେ। ଏ ସଂପର୍କରେ ଖବରପାଇ ରେଢାଖୋଲ ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ, ପ୍ରଥମ ଏସଏସ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ବିଷ୍ଣୁପଦ ଦାସ, କିସିଣ୍ଡା ଥାନା ଆଇଆଇସିି ଧର୍ମେନ୍ଦ୍ର ଶାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ୍‍ ତଦନ୍ତ କରିଥିଲେ। ପରେ ନାକଟିଦେଉଳ ତହସିଲଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଇଜଲୁସ ବିନୟ କୁଲୁଙ୍କ ଉପସ୍ଥିତିରେ ଯବାନଙ୍କ ମୃତଦେହ ଜବତ କରିି ବ୍ୟବଛେଦ ପାଇଁ ରେଢାଖୋଲ ପଠାଇଥିବା ଜଣାପଡ଼ିଛି। ଏ ନେଇ କିସିଣ୍ଡା ଥାନାରେ ଅପମୃତ୍ୟୁ କେସ ନଂ.୩/୧୯ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ଅପମୃତ୍ୟୁର କାରଣ ଜଣାପଡ଼ିନାହିଁ। ପାରିବାରିକ ସମସ୍ୟାକୁ ନେଇ ଅମୀର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ଏସଡ଼ିପିଓ ହାଡ଼ିବନ୍ଧୁ ସ୍ୱାଇଁ ପ୍ରକାଶ କରିଛନ୍ତି। ତେବେ ପୁଲିସ ତଦନ୍ତ ଶେଷ ହେବା ପରେ ଯାଇ କିଛି ସ୍ପଷ୍ଟ କରି କହିହେବ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories