ଝିଅର କଟୁକଥା ସହି ନ ପାରି ବାପାଙ୍କ ଆତ୍ମହତ୍ୟା

ବିଡ଼ିଏ କଲୋନୀରେ ଅଭାବନୀୟ ଘଟଣା

ଚନ୍ଦ୍ରଶେଖରପୁର : ପାଠ ପଢ଼ାକୁ ନେଇ ତାଗିଦ କଲେ ବାପା । ହେଲେ ବାପାଙ୍କ କଥାକୁ ଗ୍ରହଣ କରିବାକୁ ଝିଅ ନାରାଜ । ଝିଅର ଏଭଳି ମୁହଁ ଖୋର ଯୁକ୍ତିକୁ ସହ୍ୟ ନକରି ପାରି ବାପା ଚରମ ପଦକ୍ଷେପ ନେଇ ଶେଷରେ ନିକଟସ୍ଥ ଘରୋଇ ମେଡ଼ିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଚନ୍ଦ୍ରଶେଖରପୁର ଥାନା ବିଡିଏ କଲୋନୀରେ ଦେଖିବାକୁ ମିଳିଛି।
prayash
ସୂଚନାଯୋଗ୍ୟ ଗୁରୁବାର ରାତିରେ ବାପା ସୁଶାନ୍ତ କୁମାର ଦାସ ପାଠ ପଢାକୁ ନେଇ ଝିଅକୁ ତାଗିଦ କରିଥିଲେ। ହେଲେ ବାପାଙ୍କ କଥାକୁ ଖାତିର ନକରି ଓଲଟି ଝିଅ ଯୁକ୍ତି ବାଢିଥିଲେ। ହେଲେ ଝିଅର ଏଭଳି ଆଚରଣ ଦେଖି ବାପା ହଜମ କରି ପାରିନଥିଲେ। ଶେଷରେ ଘର ବାହାରୁ ତାଲା ପକାଇ, ବାହାରେ ଥିବା ଏକ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡୋଶୀ ଏହା ଦେଖି ଶ୍ରୀ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେ ଏବେ ଆଇସିୟୁରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଖବର ପାଇ ଘଟଣାସ୍ଥଳରେ ପିସିଆର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି ।
kalyan agarbati

Comments are closed.