‘ସୁଦକ୍ଷା’ ପାଇଁ ଦକ୍ଷ ହେଲେ ନିଲେନ୍ଦ୍ରୀ ଦାସ

ଭୁବନେଶ୍ୱର: ନାରୀ ସଶକ୍ତିକରଣର ଅନ୍ୟ ନାମ ନିଲେନ୍ଦ୍ରୀ । ରାଜ୍ୟ ସରକାରଙ୍କ ‘ସୁଦକ୍ଷା’ ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହେଇ ପାରିଛନ୍ତି ସେ । ଗଞ୍ଜାମ ବେଗୁନିଆପଡାର ଗରିବ କୃଷକ କାଳିଆ ଦାସଙ୍କ ସୁକନ୍ୟା ନୀଲେନ୍ଦ୍ର ଦାସ ସରକାରୀ ସ୍ତରରେ ଏକ ମାଇଲିଖୁଣ୍ଟ ଅତିକ୍ରମ କରିଛନ୍ତି । ଅର୍ଥାଭାବରୁ ଝିଅକୁ ପାଠ ପଢାଇ ପାରୁ ନଥିଲେ କାଳିଆ । କୌଣସି ସୂତ୍ରରୁ ଖବର ପାଇ କାଳିଆ ଝିଅ ନିଲେନ୍ଦ୍ରୀଙ୍କୁ ଆଇ.ଟି.ଆଇ ବରହମପୁରରେ ଇଲେକ୍‌ଟି୍ରକାଲ୍‌ ଟ୍ରେଡରେ ନାମ ଲେଖାଇଲେ ।

ସରକାରଙ୍କ ସୁଦକ୍ଷା ଯୋଜନାରେ ଆଇଟିଆଇ ଓ ପଲିଟେକନିକରେ ନାମ ଲେଖା ସହିତ ପାଠ୍ୟକ୍ରମ ସମାପ୍ତି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଦେୟମୁକ୍ତ ଜାଣି କାଳିଆ ମନରେ ଦମ୍ଭ ଧରିଲେ । ବାପାଙ୍କ ସ୍ୱପ୍ନକୁ ସାକାର କଲେ ନିଲେନ୍ଦ୍ରୀ । ଆଇଟିଆଇ ଏବଂ ପଲିଟେକ୍ନିକ୍‌ ଆଡମିଶନ ପାଇଁ ଛାତ୍ରୀମାନଙ୍କର ମୋବିଲାଇଜେସନ୍‌କୁ ଦୃଷ୍ଟିରେ ରଖି ତାଲିମ ଅବଧି ସମୟରେ ରକ୍ଷଣାବେକ୍ଷଣ ଭତ୍ତା ମାଧ୍ୟମରେ ଆର୍ଥିକ ସହାୟତା ପାଇଲେ ନିଲେନ୍ଦ୍ରୀ, ଯେଉଁଟା ତାଙ୍କ ବାପାଙ୍କ ପକ୍ଷରେ ସମ୍ଭବ ହେଇପାରି ନ ଥାନ୍ତା । ପଠ୍ୟ ସମାପ୍ତି ପରେ ଆଇଟିଆଇ ଏବଂ ପଲିଟେକ୍ନିକ୍‌ ପ୍ଲେସମେଣ୍ଟ୍‌ / ଆପ୍ରେଣ୍ଟିସିପ୍‌ ଟ୍ରେନିଂ ପାଇଁ ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ମିଳିଲା । ନିଲେନ୍ଦ୍ରୀ ଏବେ ଭାରତର ଏକ ସମ୍ମାନଜନକ ଅନୁଷ୍ଠାନ ଜନସନ୍‌ ଲିଫଫରେ ଅବସ୍ଥାପିତ । ଅର୍ଥାଭାବ ସେ‰ ଏ କ୍ଷେତ୍ରରେ ତାଙ୍କ ପ୍ରେରଣାର ଉତ୍ସ ଥିଲେ ତାଙ୍କ ବଡ ଭଉଣୀ ସୋନାଲୀ ଯିଏ କି ସେହି ବରହମ୍‌ପୁର ଆଇଟିଆଇରୁ ଟର୍ନର ଟ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଏବେ ଗୁଜୁରାଟର ଏକ କମ୍ପାନିରେ କାର୍ଯ୍ୟରତ ।

ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରି ଧନ୍ଦାମୂଳକ ତାଲିମର ପରିବର୍ତ୍ତନଶୀଳ ଶକ୍ତିର ଉଦାହରଣ ଦେଇଛନ୍ତି ନିଲେନ୍ଦ୍ରୀ । ନୀଲେନ୍ଦ୍ରୀଙ୍କ ଆକାଂକ୍ଷା ବଢି ଚାଲିଛି, ଆହୁରି ଆଗକୁ ଯିବା ପାଇଁ । ସରକାରୀ ଆଇଟିଆଇରେ ବାଳିକା ନାମଲେଖା ପାଇଁ ଉତ୍ସର୍ଗୀକୃତ ଏକ ଯୋଜନା ‘ସୁଦକ୍ଷା’ର ଲାଭ ନେବାକୁ ଆହ୍ୱାନ ଦେଇଛନ୍ତି ନିଲେନ୍ଦ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ଫଳବତୀ ହେବା ଦ୍ୱାରା ଚଳିତ ବର୍ଷ ‘ସୁଦକ୍ଷା’ ଯୋଜନାକୁ ପଲିଟେକ୍ନିକ୍ସରେ ମଧ୍ୟ ଅନ୍ତର୍ଭୁକ୍ତ କରା ଯାଇଛି ଯାହା ଦ୍ୱାରା ଓଡିଶାର ଛାତ୍ରୀମାନଙ୍କ ଉତ୍ସାହକୁ ଆହୁରି ବଢେଇ ଦେଇଛି ବୋଲି ସ୍ୱୀକାର କରନ୍ତି ନିଲେନ୍ଦ୍ରୀ । ଏହି ପଦକ୍ଷେପ ଫଳରେ ଆଇଟିଆଇ ଏବଂ ପଲିଟେକ୍ନିକ୍ସ ମାନଙ୍କରେ ଛାତ୍ରୀମାନଙ୍କ ନାମ ଲେଖା ୩୦ ପ୍ରତିଶତରୁ ଊର୍ଦ୍ଧ୍ୱର୍ ହୋଇପାରିଛି । ‘ସ୍କିଲ୍‌-ଇନ୍‌-ଓଡିଶା’ର ଅନ୍ତର୍ଭୂକ୍ତିକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ‘ସୁଦକ୍ଷା’ । ସୁଦକ୍ଷା ସ୍କିଲ-ଇନ୍‌-ଓଡିଶା ଅଧୀନରେ ବାଳିକାମାନଙ୍କ ପାଇଁ ପରିବର୍ତ୍ତନର ଏକ ଅନୁକ୍ରମଣିକା ବୋଲି ସବୁ ଛାତ୍ରୀ ହୃଦୟଙ୍ଗମ କରିବା ଉଚିତ । ନିଲେନ୍ଦ୍ରୀଙ୍କ ସଫଳତା ମାଧ୍ୟମରେ ଯୁବକଯୁବତୀଙ୍କୁ ସଶକ୍ତ କରିବାରେ ସଫଳତାର ଏକ ପ୍ରମାଣ ଅଟେ
ନୀଲେନ୍ଦ୍ର ଏବଂ ଏହିପରି ଅନେକ ଆକାଂକ୍ଷା ଝିଅ ଛାତ୍ରୀଙ୍କ ପ୍ରତିପୋଷଣ ପାଇଁ ଦକ୍ଷତା ବିକାଶ ବିଭାଗ ଓଡିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଆହୁରି ଅନେକ ସଫଳତାର କାହାଣୀକୁ ଅପେକ୍ଷା କରିଛି ।

Comments are closed.