ସମାଜ ଡିଜିଟାଲ ଡେସ୍କ: ମହାକାଶଚାରୀ ତଥା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଶନିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅକ୍ସଅନ-୪ ଅଭିଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସଏସ)କୁ ଯାତ୍ରା କରିବା ପରେ ସେ ନିଜ ଘରକୁ ଫେରିଛନ୍ତି। ଶୁଭାଂଶୁ ମହାକାଶ ଯାତ୍ରା କରିବାରେ ୨ୟ ଭାରତୀୟ ଭାବେ ଇତିହାସ ରଚିଛନ୍ତି।
ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଶୁଭାଂଶୁଙ୍କୁ ତାଙ୍କ ପତ୍ନୀ କାମନାଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କୁ ସ୍ଵାଗତ କରିଥିଲେ। ସନ୍ଧ୍ୟାରେ ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।



