‘ଚିତ୍ରକଳା ପ୍ରସାରରେ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅବଦାନ ପ୍ରଶଂସନୀୟ’, ନାଗପୁରରେ ମୋଦୀ @୨୦ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଚିତ୍ରକଳାକୁ ଏକ ନୂତନ ମାର୍ଗଦର୍ଶନ କରାଇବା ଓ ଏହାର ପ୍ରଚାର ପ୍ରସାରରେ ପୂର୍ବ ଭାରତର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ବରର ଅବଦାନ ପ୍ରଶଂସନୀୟ ବୋଲି ଲୋକସେବକ ମଣ୍ଡଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦକ୍ଷିଣ ଏସିଆ ବିରାଦରୀ ସେକ୍ରେଟାରୀ ଜେନେରାଲ ଦୀପକ ମାଲବ୍ୟ କହିଛନ୍ତି।

ଗ୍ୟାଲେରୀ ଆନୁକୂଲ୍ୟରେ ମୋଦୀ @୨୦ ଚିତ୍ରକଳା ପ୍ରଦର୍ଶନୀ ସୋମବାର ପୂର୍ବାହ୍ନରେ ନାଗପୁରର ଲୋକମତ ଆର୍ଟ ଗ୍ୟାଲେରୀ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଶ୍ରୀ ମାଲବ୍ୟ ଏହାକୁ ଉଦ୍‌ଘାଟନ କରି ଭାରତର ଚିତ୍ରକଳାକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ପ୍ରୟାସକୁ ପ୍ରଶଂସା କରିଥିଲେ।

ଗ୍ୟାଲେରୀର ଅଧ୍ୟକ୍ଷ ଡ. ସୂର୍ୟ୍ୟ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ସାରା ଭାରତରୁ ଆସିଥିବା ୫୦ ଜଣ ପ୍ରବୀଣ ଓ ତରୁଣ ଶିଳ୍ପୀଙ୍କ ଚିତ୍ର ସ୍ଥାନିତ ହୋଇଛି। ଅନ୍ୟ ଅତିଥିଙ୍କ ମଧ୍ୟରେ ନାଗପୁରର ନଗରପାଳ ଦୟାଶଙ୍କର ତିୱାରୀ, ପୂର୍ବତନ ନଗରପାଳ ସନ୍ଦୀପ ରାଓଯୋଶୀ, ବିଧାୟକ ପ୍ରବୀଣ ଗାଟ୍‌କେ, ନାଗପୁର ଚିତ୍ରକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ଜଠାର, ‘ଲୋକମତ’ର ସମ୍ପାଦକ ନଳିନୀକାନ୍ତ ନାୟକ ପ୍ରଦର୍ଶିତ ଚିତ୍ରକଳା ବୁଲି ଦେଖିଥିଲେ।

prayash

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ଚିତ୍ରକଳାର ସେମାନେ ପ୍ରଶଂସା କରିଥିଲେ। ନାଗପୁରର ବିଶିଷ୍ଟ ଚିତ୍ରଶିଳ୍ପୀ ବିଜୟ ବିଶ୍ବାଳଙ୍କ ଦ୍ବାରା ଅଙ୍କିତ ରେଳ ପ୍ଲାଟଫର୍ମ, ଆସାମର ବିଦ୍ୟାଙ୍ଗ ଶିଳ୍ପୀ ଅଭିଜିତ ଗଟାନୀଙ୍କ ଶିବାଜୀ ଓ ମୋଦୀ ତୈଳଚିତ୍ର, ରିତେଶ ଓରାମ୍ବେ, ବାବର ସରିଫ, ପଙ୍କଜିତ କେଲୱାର, ସୁବା କାବୁଲକର ଓ ତ୍ରିପୁରାର ହରେକୃଷ୍ଣ ପାଲଙ୍କ ମୋଦୀ ବିଶ୍ବଗୁରୁ ଚିତ୍ରକଳା ଉପସ୍ଥିତ ଚିତ୍ରପ୍ରେମୀ ଓ କଳା ସମୀକ୍ଷକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା।

ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ରଥ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ କିଶୋର ତଲମଏଲ ଉପସ୍ଥିତ ଅତିଥି, ଶିଳ୍ପୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଲବ୍ୟ ଉପସ୍ଥିତ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗ୍ୟାଲେରୀ ନିର୍ଦେଶକ ଅଶୋକ ନାୟକ ଧନ୍ୟବାଦ ଦେଇଥିଲେ।

ଏହି ପ୍ରଦର୍ଶନୀ ଚଳିତ ମାସ ୨୮ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

kalyan agarbati

Comments are closed.