୫-ଟି ସଚିବଙ୍କ ସୁଆଣ୍ଡୋ ଗସ୍ତ; ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ସାକ୍ଷୀଗୋପାଳ: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ଉନ୍ନୟନ ପ୍ରକଳ୍ପ ଉଦଘାଟନ କରାଯିବ । ଏନେଇ ଆଜି ୫-ଟି ସଚିବ ଭି କେ ପାଣ୍ଡିଆନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ୨୪ କୋଟି ଟଙ୍କା ଅନୁଦାନରେ ଚାଲିଥିବା ଗାଁର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ, ଉତ୍କଳମଣିଙ୍କ ଷଠୀଘର ସୁରକ୍ଷା, ପ୍ରମୋଦ ଉଦ୍ୟାନ, ଶିଶୁ ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ, ସଂଗ୍ରହାଳୟ, ସୂଚନା କେନ୍ଦ୍ର ଓ ଭୋଜନାଳୟ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।

prayash

ସୁଆଣ୍ଡୋ ଗ୍ରାମରେ ଉତ୍କଳମଣିଙ୍କ ୧୫ଫୁଟ ଉଚ୍ଚତା ବିଶିଷ୍ଟ ଠିଆ ହୋଇଥିବା ପ୍ରତିମୂର୍ତ୍ତି ହାତରେ ଏକ ଡାଇରୀ ସହିତ, ଶିଶୁ ପ୍ରମୋଦ ଉଦ୍ୟାନ, ପ୍ରମୋଦ ଉଦ୍ୟାନ, ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପଟ୍ଟନାଇକିଆ ଓ ସୁଆଣ୍ଡୋ ରାସ୍ତାର ନବୀକରଣ, ଭାର୍ଗବୀ ନଦୀରେ ବୋଟିଂ, ଆଲୋକ ବ୍ୟବସ୍ଥା ଓ ୱାଟର ପାର୍କ ବ୍ୟବସ୍ଥା କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ । ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଏହାର ଉଦଘାଟନ କରାଯିବ ବୋଲି କହିଛନ୍ତି ୫-ଟି ସଚିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଏହି ପରିଦର୍ଶନରେ ସାମିଲ ଥିଲେ ।

ଓଡିଶା ସେତୁ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ, ମୁଖ୍ୟ ସାଧାରଣ ପରିଚାଳକ ପୂର୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଟି.ସି.ଇ ଟିମ ଲିଡର ସୁଧୀର ରଞ୍ଜନ ସ୍ୱାଇଁ, ସରପଞ୍ଚ ଦୁଃଶାସନ ପ୍ରଧାନ, ଉତ୍କଳମଣି ଦାୟାଦ ଧୀରେନ୍ଦ୍ର ନାଥ ଦାସ, ରବୀନ୍ଦ୍ର ନାଥ ଦାସ ଗ୍ରାମବାସୀ ହେମନ୍ତ କୁମାର ଦାସ, ସବ୍ୟସାଚୀ ଦାସ, ବସନ୍ତ କୁମାର ଦାସ, ସୁଶାନ୍ତ କୁମାର ଦାସ ଓ ତାରାକାନ୍ତ ଦାସ ପ୍ରମୁଖଙ୍କ ସମେତ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ l

kalyan agarbati

Comments are closed.