www.samajalive.in
Monday, December 15, 2025
24.1 C
Bhubaneswar

ରାତି ପାହିଲେ ଉତ୍କଳମଣିଙ୍କ ଜୟନ୍ତୀ, ସରିଲାନି ଉନ୍ନୟନ କାର୍ଯ୍ୟ

ସାକ୍ଷୀଗୋପାଳ: ରାତି ପାହିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜନ୍ମ ଜୟନ୍ତୀ ଉତ୍ସବ। ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ନିମନ୍ତେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉଦ୍ୟମରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରି ଅନୁଦାନ ପ୍ରଦାନ କରିଛନ୍ତି। ୫-ଟି ସଚିବ ଭି.କେ.ପାଣ୍ଡିଆନ, ତତ୍କାଳୀନ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ବର୍ତ୍ତମାନର ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମରେ ହେବାକୁ ଥିବା ସମସ୍ତ ବିକାଶ ଓ ଉନ୍ନୟନ କାର୍ୟ୍ୟ ଚଳିତ ଜୟନ୍ତୀ ଉତ୍ସବ ପୂର୍ବରୁ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଉତ୍କଳମଣିଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ କ୍ଷ ସମସ୍ତ ପ୍ରକଳ୍ପ ଶେଷ ହେବା ଦୂରେ ଥାଉ ଆଜି ପର୍ୟ୍ୟନ୍ତ ଅନେକ ପ୍ରକଳ୍ପ କାର୍ୟ୍ୟ ଆରମ୍ଭ ହୋଇପାରିନାହିଁ। ଉତ୍କଳମଣିଙ୍କ ଜନ୍ମପୀଠ ଓ ସୁଆଣ୍ଡୋ ଗ୍ରାମର ବିକାଶ ଓ ପାରିପାର୍ଶ୍ଵିକ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କ୍ଷ ଓଡିଶା ରାଜ୍ୟ ସେତୁ ନିର୍ମାଣ ନିଗମ ଏହି କାର୍ୟ୍ୟାଦେଶ ନେଇଛନ୍ତି। ଆଜି ସୁଦ୍ଧା ସୁଆଣ୍ଡୋ ଗ୍ରାମର ଶୈବପୀଠ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର କାର୍ୟ୍ୟ, ସଂଗ୍ରହାଳୟ ନିର୍ମାଣ ଓ ଗୋଟିଏ ପୁଷ୍କରିଣୀ ଖନନ କାର୍ୟ୍ୟ ଆରମ୍ଭ ହୋଇଅଛି।

ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାଇକିଆ – ସୁଆଣ୍ଡୋ ରାସ୍ତାର ପଟ୍ଟନାଇକିଆ ଛକରେ ନିର୍ମାଣ ହେବାକୁ ଥିବା ସୂଚନା କେନ୍ଦ୍ର, ସୁଆଣ୍ଡୋ ଠାରେ ଉତ୍କଳମଣିଙ୍କ ଷଠୀଗୃହର ବିକାଶ ଓ ପୁନଃରୁଦ୍ଧାର, ଦୋକାନ ଗୃହ ନିର୍ମାଣ, ଯାନବାହାନ ରଖିବା ସ୍ଥାନ, ଗ୍ରାମ ରାସ୍ତା, ଶିଶୁ ପ୍ରମୋଦ ଉଦ୍ୟାନ, ଆଉ ଏକ ପୁଷ୍କରିଣୀ ଓ ରାଜ୍ୟର ସର୍ବୋଚ୍ଚ ଉଚ୍ଚତା ବିଶିଷ୍ଟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ପାରିନାହିଁ। ଏ ସମ୍ପର୍କରେ ସୁଆଣ୍ଡୋରେ ଉପସ୍ଥିତ ଥିବା ଯନ୍ତ୍ରୀ ଶୁଭମ ପାତ୍ରଙ୍କ ସହିତ ଆମ ପ୍ରତିନିଧି ଅଭିଷେକ ବେହେରା ଯୋଗାଯୋଗ କରିଥିଲେ କ୍ଷ କରୋନା କଟକଣା ଓ ନିୟମିତ ବର୍ଷା ଫଳରେ କାର୍ୟ୍ୟ ନିର୍ଦ୍ଧାରୀତ ସମୟ ମଧ୍ୟରେ ଶେଷ କରିବା ସମ୍ଭବ ହୋଇପାରି ନାହିଁ ବୋଲି ପ୍ରକାଶ କରିଥିଲେ।

- Advertisement -

ଭାର୍ଗବୀ ନଦୀର ସୁଆଣ୍ଡୋ ସେତୁ ଠାରୁ ସୁଆଣ୍ଡୋ ଗ୍ରାମ ଦେଇ ବିଦ୍ୟାଧର ପୁର ପର୍ୟ୍ୟନ୍ତ ୧.୭ କିଲୋମିଟର ୨ ଥାକିଆ ରାସ୍ତା ନିର୍ମାଣ ନିମନ୍ତେ ୪.୫ କୋଟି ଟଙ୍କା ଅନୁଦାନ ମିଳିଛି। ଏହି ରାସ୍ତା ନିର୍ମାଣ କାର୍ୟ୍ୟ ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ ଉପରେ ନ୍ୟସ୍ତ ହୋଇଛି । ଆଜି ସୁଦ୍ଧା ସୁଆଣ୍ଡୋ ସେତୁ ଠାରୁ ସୁଆଣ୍ଡୋ ଗ୍ରାମ ପର୍ୟ୍ୟନ୍ତ ପ୍ରାୟ ୪୦୦ ମିଟର ପର୍ୟ୍ୟନ୍ତ ବାଲି ପୋତା କାର୍ୟ୍ୟ ଅସମ୍ପୂର୍ଣ ଅବସ୍ଥାରେ ହୋଇଛି । ଅବଶିଷ୍ଟ ରାସ୍ତା ନିମନ୍ତେ ଆଦୌ କୌଣସି କାର୍ୟ୍ୟ ହୋଇନାହିଁ ।
ଏ ସମ୍ପର୍କରେ ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ କାର୍ୟ୍ୟାଳୟର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ବାଲି ନ ମିଳିବା ଓ ନଦୀରେ ବନ୍ୟା ଆସିଯିବାରୁ ରାସ୍ତା ନିର୍ମାଣ ବିଳମ୍ବ ହୋଇଛି । ଖୁବ ଶୀଘ୍ର ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି କନିଷ୍ଠ ଯନ୍ତ୍ରୀ  ନାୟକ ପ୍ରକାଶ କରିଥିଲେ।
ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ବିକାଶ ଓ ଉନ୍ନୟନ କାର୍ୟ୍ୟର ଅହେତୁକ ବିଳମ୍ବ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିରଞ୍ଜନ ମହାପାତ୍ର, ସମାଜସେବୀ ରତିକାନ୍ତ ମିଶ୍ର ଓ ଶିକ୍ଷକ ସତ୍ୟବାଦୀ ଦାସଙ୍କ ସହିତ ଯୋଗାଯୋଗ କରାଯାଇଥିଲା।
ସ୍ୱାଧୀନତାର ୭୫ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉଦ୍ୟମରେ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଗ୍ରାମର ବିକାଶ ଓ ଉନ୍ନୟନ ଆରମ୍ଭ ହୋଇଛି । କରୋନା କଟକଣା ଓ ପାଣିପାଗର ଅନିୟମିତତା ଫଳରେ କାର୍ୟ୍ୟ ବିଳମ୍ବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଯୋଗାଯୋଗ କରାଯାଇଥିଲା କ୍ଷ କରୋନା ଓ ପାଣିପାଗର ପ୍ରତିକୂଳ ପରିସ୍ଥିତି ଯୋଗୁ ସୁଆଣ୍ଡୋର ବିକାଶ ଓ ଉନ୍ନୟନ କାର୍ୟ୍ୟ ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ଶେଷ ହୋଇ ପାରିନାହିଁ। ଖୁବ ଶୀଘ୍ର କାର୍ୟ୍ୟ ଆରମ୍ଭ ହେବ କ୍ଷ ଏହି କାର୍ୟ୍ୟ ଉତ୍କଳମଣିଙ୍କ ପ୍ରତି ଆମର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ପ୍ରକାଶ କରିଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories