www.samajalive.in
Monday, December 15, 2025
27.1 C
Bhubaneswar

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଧୀନରେ ଥିବା ଖଲିଆପାଲି ଗ୍ରାମର ଚନ୍ଦ୍ରଶେଖର ପାତ୍ର (୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଅଞ୍ଚଳରେ ଚହଳ ପକେଇଛି। ବୁର୍ଲା ଡ଼ାକ୍ତରଖାନାର ଫାଣ୍ଡି ପୋଲିସ ଏ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି। ତେବେ ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ ମୃତ ଚନ୍ଦ୍ରଶେଖର ବୈଜାମୁଣ୍ଡାର ଜଣେ ବ୍ୟକ୍ତିଙ୍କ ପାଖରେ ରହି ଜେସିବି ଡ୍ରାଇଭର ଭାବରେ କାମ କରୁଥିଲେ। ଦୁଇଦିନ ଆଗରୁ ତାଙ୍କୁ ବୈଜାମୁଣ୍ଡାର ଏକ ଘରୋଇ ଡ଼ାକ୍ତରଖାନାରେ ଅସୁସ୍ଥତା ଯୋଗୁ ଭର୍ତ୍ତି କରାଯାଇଥିବା ଖବର ପାଇ ତାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କ ପହଞ୍ଚିବା ପରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଥିଲା। ତଥାପି କିଛି ବଞ୍ଚେଇବlର କିଛି ଆଶା ଓ କିଛି ସନ୍ଦେହ ନେଇ ଲୋକେ ତାଙ୍କୁ ବୁର୍ଲ୍ଲା ଡାକ୍ତରଖାନାକୁ ନେଇଥିଲେ। ହେଲେ ତାଙ୍କୁ ଦେଖିବା କ୍ଷଣି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଆଗରୁ କୌଣସି ଅସୁସ୍ଥତା ନ ଥାଇ ହଠାତ୍ ଏମିତି ଗୁରୁତର ସ୍ୱାସ୍ଥ୍ୟବସ୍ଥା ହେବାର କାରଣ ପଛରେ କିଛି ରହସ୍ୟ ଥିବା ନେଇ ତଦନ୍ତ ଜାରି ରହିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories