www.samajalive.in
Monday, December 15, 2025
14.1 C
Bhubaneswar

ଆରମ୍ଭ ହେଲା ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ, ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ହେବ ସମାଧାନ

ଡେସ୍କ: ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ କରକମଳରେ ‘ଷ୍ଟଡି ଇନ୍ ଇଣ୍ଡିଆ’(ଏସଆଇଆଇ) ପୋର୍ଟାଲର ଶୁଭାରମ୍ଭ ହୋଇଛି। ଉନ୍ମୋଚିତ ପୋର୍ଟାଲ ଭାରତରେ ପଢିବାକୁ ଚାହୁଁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି। ଷ୍ଟଡି ଇନ୍ ଇଣ୍ଡିଆ ପୋର୍ଟାଲ ଭାରତରେ ପାଠ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ସମାଧାନ ହେବ। ଏହି ପୋର୍ଟାଲରେ ବିଦେଶରୁ ଆସି ଭାରତରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କ ଡାଟା ବ୍ୟାଙ୍କ୍ ରହିବ, ଯାହା ମାଧ୍ୟମରେ ଭାରତକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗସୂତ୍ର ରକ୍ଷା କରିପାରିବେ। ଷ୍ଟଡି ଇନ୍ ଇଣ୍ଡିଆ ଭାରତ ସରକାରଙ୍କ ଏକ ମହତ୍ୱକାଂକ୍ଷୀ କାର୍ୟ୍ୟକ୍ରମ, ଯାହା ସରକାରଙ୍କ ମଧ୍ୟରେ ନୀତିଗତ ଓ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତାକୁ ମଜଭୁତ୍ କରିବ ଓ ଯୁବବର୍ଗଙ୍କୁ ବୈଶ୍ୱିକ ନେତୃତ୍ୱ ଭାବରେ ପ୍ରତିଷ୍ଠା କରିବ।

- Advertisement -

ଭାରତ ନବସୃଜନ ଓ ଟେକ୍ନୋଲୋଜିର କେନ୍ଦ୍ରସ୍ଥଳୀ ହେବା କାରଣରୁ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ଭାବରେ ଉଭା ହୋଇଛି। ସୁଲଭ ଓ ଗୁଣାତ୍ମକ ଶିକ୍ଷାର ସନ୍ତୁଳନ ହିଁ ଭାରତରେ ଅଧ୍ୟୟନ କରିବା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରୁଛି। ଯୋଗ ଓ ଆୟୁର୍ବେଦ ଭଳି ପାରମ୍ପରିକ ଜ୍ଞାନ, ଏଆଇ, ରୋବୋଟିକ୍ସ, ସେମି କଣ୍ଡକ୍ଟର ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଭଳି ଉଭା ହେଉଥିବା ଟେକ୍ନୋଲୋଜି ଉପରେ ଭାରତର ବିଶ୍ୱବିଦ୍ୟାଳୟ ଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି। ବିବିଧ କାର୍ୟ୍ୟକ୍ରମ ଓ ପାଠ୍ୟଖସଡା ଛାତ୍ରଛାତ୍ରୀଙ୍କୁ ନିଜର ଏକାଡେମିକ ଯାତ୍ରାକୁ ସ୍ୱରୂପ ଦେବା ସହ ନିଜ ଲକ୍ଷ୍ୟ ପୂରଣ ଦିଗରେ ସାହାଯ୍ୟ କରିବ। ଏହି ଓ୍ୱେବସାଇଟ୍ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଉପକ୍ରମ ଓ ପାଠ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବ। ସେହିପରି ଜାତୀୟ ଶିକ୍ଷା ନୀତି ଅଧିକରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭରତରେ ପଢିବା ପାଇଁ ଗୁରୁତ୍ୱ ଦେଉଛି। ଏହା ଦ୍ୱାରା ଶିକ୍ଷାର ଆନ୍ତର୍ଜାତିକକରଣର ଲକ୍ଷ୍ୟ ପୂରଣ ହୋଇପାରିବ। ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗୀତା, ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଅନ୍ତରାଷ୍ଟ୍ରୀୟ କାର୍ୟ୍ୟାଳୟ ସ୍ଥାପନ କରିବା, ବିଦେଶୀ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଆକୃଷ୍ଟ କରାଯାଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟତାର ସମୃଦ୍ଧ ଇତିହାସ ରହିଛି। ନାଳନ୍ଦା, ତକ୍ଷଶିଳା, ବିକ୍ରମଶୀଳା, ବଲ୍ଲଭି ଭଳି ଆମ ପ୍ରାଚୀନ ଭାରତର ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସମଗ୍ର ବିଶ୍ୱରୁ ଛାତ୍ରଛାତ୍ରୀ ଏବଂ ମେଧାବୀଙ୍କୁ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ଏକ ବିଶ୍ୱମାନର ମାପକାଠି ପ୍ରସ୍ତୁତ କରିଥିଲେ। ଚୀନ ପରିବ୍ରାଜକ ହୁଏନ ସାଂ ନାଳନ୍ଦାରେ ୫ ବର୍ଷ ଅଧ୍ୟୟନ କରିବା ସହ ଶିକ୍ଷାଦାନ କରିଥିଲେ। ପଞ୍ଚମ ଶତାବ୍ଦୀରେ ସ୍ଥାପିତ ହୋଇଥିବା ବିଶ୍ୱର ପ୍ରତିଷ୍ଠିତ ଏହି ଜ୍ଞାନ କେନ୍ଦ୍ରରେ ୧୦ ହଜାରରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଏବଂ ୩ ହଜାରରୁ ଉର୍ଦ୍ଦ୍ୱ ଶିକ୍ଷକ ଶିକ୍ଷା ଦାନ ଏବଂ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତକୁ ପୁଣି ଥରେ ଜ୍ଞାନର ପେଣ୍ଠସ୍ଥଳୀ ଭାବରେ ହେବା ପାଇଁ କାର୍ୟ୍ୟ କରୁଛି। ଏହାବ୍ୟତିତ ପ୍ରଧାନମନ୍ତ୍ରୀ ମୋଦି ଦେଶ ଗୁଡିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ଛାତ୍ରଛାତ୍ରୀଙ୍କ ମୋବିଲିଟି ଏବଂ ଶିକ୍ଷକଙ୍କ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଭାରତର ଜି-୨୦ ପ୍ରେସିଡେନ୍ସି ‘ବସୁଧୈବ କୁଟୁମ୍ବକମ’ର ବିଚାରକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତକୁ ବୈଶ୍ୱିକ ଶିକ୍ଷାର ଏକ ପେଣ୍ଠସ୍ଥଳୀ କରିବା ଉଦ୍ଦେଶ୍ୟରେ ଆଜି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories