www.samajalive.in
Monday, December 15, 2025
17.1 C
Bhubaneswar

ସହପାଠୀଙ୍କ ଦ୍ୱାରା ଛାତ୍ରକୁ ମାଡ଼, ବିବାଦରେ ଶିକ୍ଷୟିତ୍ରୀ

ମୁଜାଫରନଗର: ଉତ୍ତରପ୍ରଦେଶ ମୁଜାଫରନଗରସ୍ଥିତ ଏକ ବିଦ୍ୟାଳୟରେ ଜଣେ ମୁସଲିମ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ନିର୍ଦେଶକ୍ରମେ ସହପାଠୀମାନେ ମାଡ଼ ମାରୁଥିବା ଭିଡିଓ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ଛାତ୍ର ଠିକ୍‌ ଭାବେ ପାଠ ପଢ଼ୁନଥିବାରୁ ଶିକ୍ଷୟିତ୍ରୀ ତୃପ୍ତି ତ୍ୟାଗୀ ତାକୁ ଶ୍ରେଣୀରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା କରାଇଥିଲେ। ଏଥିସହ ସହପାଠୀଙ୍କୁ ଆସି ସେହି ଛାତ୍ରକୁ ମାଡ଼ ମାରିବାକୁ ନିର୍ଦେଶ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏଥିସହ ଶିକ୍ଷୟିତ୍ରୀଜଣକ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଉଥିବା ଜଣାପଡ଼ିଛି। ଛାତ୍ରଜଣଙ୍କୁ ଜୋର୍‌ରେ ମାଡ଼ ମାରିବାକୁ ସହପାଠୀଙ୍କୁ ଶିକ୍ଷୟିତ୍ରୀଜଣକ କହୁଥିବା ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ସଂପୃକ୍ତ ଛାତ୍ରର ପିତା କହିଛନ୍ତି ତାଙ୍କ ଭଣଜା କୌଣସି କାମରେ ବିଦ୍ୟାଳୟକୁ ଯାଇଥିବା ବେଳେ ସେହି ଭିଡିଓଟି ସୁଟିଂ କରିଥିଲେ। ସହପାଠୀମାନେ ମାଡ଼ ମାରିବାରୁ ତାଙ୍କ ପୁଅ ଭୟଭୀତ ହୋଇପଡ଼ିଛି। ତେବେ ଏହାକୁ ସେ କୌଣସି ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି।

ଘଟଣା ସମ୍ପର୍କରେ ଭିଡିଓ ପ୍ରଘଟ ହେବା ପରେ ନିଜ ପ୍ରତିକ୍ରିୟାରେ ମୁଜାଫରନଗର ଜିଲାପାଳ ଅରବିନ୍ଦ ମାଲ୍ଲପା କହିଛନ୍ତି ସଂପୃକ୍ତ ଛାତ୍ରଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାକୁ ନେଇ ଶିକ୍ଷୟିତ୍ରୀଜଣକ କହିଛନ୍ତି ମୁଜାଫରନଗରରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବେଶ୍‌ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିିଛି। ବିଦ୍ୟାଳୟରେ ବହୁସଂଖ୍ୟକ ମୁସଲିମ୍‌ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତେବେ ପାଠପଢ଼ା ପ୍ରତି ସେମାନଙ୍କ ପରିବାର ଆଦୌ ଯତ୍ନଶୀଳ ନୁହନ୍ତି। ଏହାକୁ ନେଇ ସେ ଚିନ୍ତିତ ଥିବାରୁ ଏପରି କରିଛନ୍ତି। ତେବେ ଛାତ୍ରକୁ ମାଡ଼ ମାରିବାକୁ ସହପାଠୀଙ୍କୁ କହିବା ଭୁଲ୍‌ ବୋଲି ସ୍ବୀକାର କରୁଛନ୍ତି। ସେ ଶାରୀରିକ ଦୃଷ୍ଟିରୁ ଅକ୍ଷମ ହୋଇଥିବାରୁ ନିଜେ ଯାଇ ଛାତ୍ରକୁ ମାଡ଼ ମାରିବା କଷ୍ଟକର ଥିବାରୁ ସହପାଠୀଙ୍କୁ ମାଡ଼ ମାରିବାକୁ କହିଥିବା ଶିକ୍ଷୟିତ୍ରୀଜଣକ ସଫେଇ ଦେଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ନ କରିବାକୁ ସେ ନିବେଦନ କରିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଇଛନ୍ତି ବିଦ୍ୟାଳୟ ପରି ପବିତ୍ର ସ୍ଥାନରେ ଘୃଣାର ମଞ୍ଜି ବୁଣାଯାଉଛି, ଯାହାକି ନିନ୍ଦନୀୟ। ବିଜେପି ତରଫରୁ ଦେଶର ଅଧିକାଂଶ ସ୍ଥାନରେ ସାମ୍ପ୍ରଦାୟିକ ବି​‌େ​‌ଦ୍ବଷ ସୃଷ୍ଟି କରାଯାଉଛି। ଶିଶୁମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଭଲ କଥା ଶିଖାଯିବା ଆବଶ୍ୟକ। ରାହୁଲଙ୍କ ବ୍ୟତୀତ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories