ବିଳାସପୁର ଜଙ୍କସନ ନିକଟରେ ରେଳ ଦୁର୍ଘଟଣା ସତ ନୁହେଁ, ଗୁଜବ
ଭୁବନେଶ୍ୱର: ପୁରୀ-ଯୋଗୀନଗର ଋଷିକେଶ ମାର୍ଗରେ ଚଳାଚଳ କରୁଥିବା ଦ୍ରୁତଗାମୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବିଳାସପୁର ଜଙ୍କସନ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ବୋଲି ଗୁଜବ ସୃଷ୍ଟି ହୋଇଛି। ଗୋଟିଏ ରେଳ ଧାରଣାରେ ଦୁଇଟି ରେଳ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏଥିରେ କୁହାଯାଇଛି ଯେ, ରେଳ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। କିନ୍ତୁ ଏସଂକ୍ରାନ୍ତରେ ବିଳାସପୁର ରେଳ ମଣ୍ଡଳ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର କହିଛନ୍ତି ଯେ ଏପରି କୌଣସି ଘଟଣା ଘଟି ନାହିଁ, ବରଂ ଏହା ଏକ ଗୁଜବ।
Comments are closed.