Patra electronics

ପାଚେରି ଭୁଶୁଡ଼ି ବାଳିକା ମୃତ

0

ନିରାକାରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଛଣଗିରି ପାଇକସାହିରେ ଗୁରୁବାର ସକାଳେ ପଥର ପାଚେରି ଭୁଶୁଡି ଏକ ବାଳିକାର ମୃତ୍ୟୁ ଘଟିଛି। ମୃତ ବାଳିକାଜଣକ ହେଲେ ପ୍ରଜ୍ଞା ପ୍ରୟଦର୍ଶିନୀ ମହାନ୍ତି (୯)। ତାଙ୍କ ଘର ପୁରୀ ଜିଲା ଧୁମାଳ ରଙ୍ଗତୋଟା ଅଞ୍ଚଳରେ ହୋଇଥିବା ବେଳେ ସେ ପାଇକସାହିସ୍ଥିତ ଅଜାଘର ପ୍ରମୋଦ ରାଉତରାୟଙ୍କ ଘରେ ରହି ଛଣଗିରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟାରେ ପ୍ରଜ୍ଞା ବାଡିପଟେ ଦାନ୍ତ ଘଷୁଥିବା ବେଳେ ହଠାତ୍‍ ପଥର
ପାଚେରିଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଗୁରୁତର ଅବସ୍ଥାରେ ପ୍ରଜ୍ଞାଙ୍କୁ ଖୋର୍ଦ୍ଧା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ଜଙ୍କିଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply