www.samajalive.in
Sunday, December 7, 2025
14.1 C
Bhubaneswar

ସ୍ଥାନୀୟ ଅଞ୍ଚଳରୁ ୧୦କିମି ଦୂରରେ ଜନଶୁଣାଣିକୁ ଲୋକଙ୍କ ବିରୋଧ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାର ୩୬.୬୫ହେକ୍ଟର ଜମିରେ ୧୬ଟି ଖଣି ଲିଜପାଇଁ ୪ଟି କ୍ଲଷ୍ଟର କରି କଳାପଥର ଖଣି ଖାଦାନ ଲିଜପାଇଁ ଆଜି ମର୍ଜିତାପୁର ରାଜୀବଗାନ୍ଧି ସେବାଶ୍ରମ ଠାରେ ଦିନ ଧାର୍ଯ୍ୟ ହୋଇଥିଲା। ଦିନ ୨.୩୦ ମିନିଟ ସମୟରେ ଜନଶୁଣାଣିକୁ ୧୧ନଂ ଜୋନରୁ ଆସିଥିବା ୯ ପଂଚାୟତର ଶତାଧିକ ଲୋକ ପ୍ରବଳ ବିରୋଧ କରିବା ସହିତ ବିଛାଖଣ୍ଡି ଠାରୁ ୧୦ କିମି ଦୂରରେ କାହିଁକି ଓ କାହା ସ୍ୱାର୍ଥରେ ଜନଶୁଣାଣି କରଯାଉଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଡାକବାଜି ଯନ୍ତ୍ରର ବ୍ୟବହାର ନାହିଁ କିମ୍ବା ଡେଙ୍ଗୁରା ନାହିଁ ଏତେ ଦୂରରେ ଜନଶୁଣାଣି କରାଗଲେ ଲୋକମାନେ କିପରି ଏତେ ବାଟ ଆସି ନିଜର ମତ ସାବ୍ୟସ୍ତ କରିବେ? ତେବେ ଜନଶୁଣାଣିକୁ ବାତିଲ କରାଯାଇ ଏଣ୍ଡଳବାଠାରେ ପୁନର୍ବାର ଅୟୋଜନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ୮୦ ପ୍ରତିଶତ ଲୋକେ ଏହାକୁ ବିରୋଧ କରିଥିବା ଦେଖା ଯାଇଥିଲା। ସତ୍ୟାନନ୍ଦ ପାଣି ପଥର ଚୋରିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ମାଫିଆଙ୍କୁ ଲିଜ ନାମକ ସାର୍ଟିଫିକେଟ ଦେଇଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ। କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି, ବନମାଳୀ ରାଉତ, ଶରତ ସେଠୀ, ଜ୍ଞାନରଂଜନ ବାଉଳ, ଅକ୍ଷୟ ସେଠୀ, ଧନେଶ୍ୱର ରାଉତ, ଦିଲିପ କୁମାର ରାଉତ, ସତ୍ୟାନନ୍ଦ ପାଣି, ଡମ୍ବରୁଧର ମଲ୍ଲ, ବାସୁଦେବ ରାଉତ ପ୍ରମୁଖ ଅଭିଯୋଗ କରି କହିଲେ ଯେ ବିଛାଖଣ୍ଡି କଳାପଥର ଖାଦାନରୁ କଳାପଥର ଉତୋଳନ ଯୋଗୁଁ ଜନସାଧାରଣଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ଅଞ୍ଚଳର ନଳକୂପ ଶୁଖିଯାଉଛି ଯେଉଁଥିରୁ ଅଳ୍ପ କିଛି ପାଣି ବାହାରୁଛି ତାହା ପିଇବା ଅନୁପଯୁକ୍ତ। ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ କିଡନୀ, ଯକ୍ଷ୍ମା ତଥା ବିଭିନ୍ନ ଚର୍ମ ରୋଗର ଶୀକାର ହେଉଛନ୍ତି। ୱାଗନ ବ୍ଲାଷ୍ଟିଂ ଦ୍ୱାରା ଛୋଟବଡ ପଥର ଖଣ୍ଡ ଲୋକଙ୍କ ଚାଷ ଜମିରେ ପଡି ଫସଲ ନଷ୍ଟ ହେଉଛି। ଲିଜଧାରୀ ମାନେ ଅନାବଶ୍ୟକ ପଥର ମିଶା ମାଟିକୁ ଗୋଚର ଜମିରେ ଗଦା କରିବା ଦ୍ୱାରା ଗୋଚର ଜମି ନଷ୍ଟ ହେବା ସହ ଗୃହପାଳିତ ପଶୁମାନେ ଘାସ ପଡିଆ ପାଉନାହାନ୍ତି। ଜନଶୁଣାଣିରେ କେତେ ଜଣ ସ୍ଥନୀୟ ଲୋକେ ଭାଗନେଇ ସମର୍ଥନ କରିଥିବା ବେଳେ ଅଧିକାଂଶ ପ୍ରଶାସନକୁ ସମାଲୋଚନା କରିବା ସହିତ ବିରୋଧ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories