www.samajalive.in
Saturday, December 6, 2025
23.1 C
Bhubaneswar

ସ୍ଥାନୀୟ ଅଞ୍ଚଳରୁ ୧୦କିମି ଦୂରରେ ଜନଶୁଣାଣିକୁ ଲୋକଙ୍କ ବିରୋଧ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାର ୩୬.୬୫ହେକ୍ଟର ଜମିରେ ୧୬ଟି ଖଣି ଲିଜପାଇଁ ୪ଟି କ୍ଲଷ୍ଟର କରି କଳାପଥର ଖଣି ଖାଦାନ ଲିଜପାଇଁ ଆଜି ମର୍ଜିତାପୁର ରାଜୀବଗାନ୍ଧି ସେବାଶ୍ରମ ଠାରେ ଦିନ ଧାର୍ଯ୍ୟ ହୋଇଥିଲା। ଦିନ ୨.୩୦ ମିନିଟ ସମୟରେ ଜନଶୁଣାଣିକୁ ୧୧ନଂ ଜୋନରୁ ଆସିଥିବା ୯ ପଂଚାୟତର ଶତାଧିକ ଲୋକ ପ୍ରବଳ ବିରୋଧ କରିବା ସହିତ ବିଛାଖଣ୍ଡି ଠାରୁ ୧୦ କିମି ଦୂରରେ କାହିଁକି ଓ କାହା ସ୍ୱାର୍ଥରେ ଜନଶୁଣାଣି କରଯାଉଛି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଡାକବାଜି ଯନ୍ତ୍ରର ବ୍ୟବହାର ନାହିଁ କିମ୍ବା ଡେଙ୍ଗୁରା ନାହିଁ ଏତେ ଦୂରରେ ଜନଶୁଣାଣି କରାଗଲେ ଲୋକମାନେ କିପରି ଏତେ ବାଟ ଆସି ନିଜର ମତ ସାବ୍ୟସ୍ତ କରିବେ? ତେବେ ଜନଶୁଣାଣିକୁ ବାତିଲ କରାଯାଇ ଏଣ୍ଡଳବାଠାରେ ପୁନର୍ବାର ଅୟୋଜନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ୮୦ ପ୍ରତିଶତ ଲୋକେ ଏହାକୁ ବିରୋଧ କରିଥିବା ଦେଖା ଯାଇଥିଲା। ସତ୍ୟାନନ୍ଦ ପାଣି ପଥର ଚୋରିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ମାଫିଆଙ୍କୁ ଲିଜ ନାମକ ସାର୍ଟିଫିକେଟ ଦେଇଛି ବୋଲି ଅଭିଯୋଗ ମଧ୍ୟ କରିଥିଲେ। କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି, ବନମାଳୀ ରାଉତ, ଶରତ ସେଠୀ, ଜ୍ଞାନରଂଜନ ବାଉଳ, ଅକ୍ଷୟ ସେଠୀ, ଧନେଶ୍ୱର ରାଉତ, ଦିଲିପ କୁମାର ରାଉତ, ସତ୍ୟାନନ୍ଦ ପାଣି, ଡମ୍ବରୁଧର ମଲ୍ଲ, ବାସୁଦେବ ରାଉତ ପ୍ରମୁଖ ଅଭିଯୋଗ କରି କହିଲେ ଯେ ବିଛାଖଣ୍ଡି କଳାପଥର ଖାଦାନରୁ କଳାପଥର ଉତୋଳନ ଯୋଗୁଁ ଜନସାଧାରଣଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ଅଞ୍ଚଳର ନଳକୂପ ଶୁଖିଯାଉଛି ଯେଉଁଥିରୁ ଅଳ୍ପ କିଛି ପାଣି ବାହାରୁଛି ତାହା ପିଇବା ଅନୁପଯୁକ୍ତ। ବିଶୁଦ୍ଧ ପାନୀୟ ଜଳ ନପାଇ ଲୋକେ କିଡନୀ, ଯକ୍ଷ୍ମା ତଥା ବିଭିନ୍ନ ଚର୍ମ ରୋଗର ଶୀକାର ହେଉଛନ୍ତି। ୱାଗନ ବ୍ଲାଷ୍ଟିଂ ଦ୍ୱାରା ଛୋଟବଡ ପଥର ଖଣ୍ଡ ଲୋକଙ୍କ ଚାଷ ଜମିରେ ପଡି ଫସଲ ନଷ୍ଟ ହେଉଛି। ଲିଜଧାରୀ ମାନେ ଅନାବଶ୍ୟକ ପଥର ମିଶା ମାଟିକୁ ଗୋଚର ଜମିରେ ଗଦା କରିବା ଦ୍ୱାରା ଗୋଚର ଜମି ନଷ୍ଟ ହେବା ସହ ଗୃହପାଳିତ ପଶୁମାନେ ଘାସ ପଡିଆ ପାଉନାହାନ୍ତି। ଜନଶୁଣାଣିରେ କେତେ ଜଣ ସ୍ଥନୀୟ ଲୋକେ ଭାଗନେଇ ସମର୍ଥନ କରିଥିବା ବେଳେ ଅଧିକାଂଶ ପ୍ରଶାସନକୁ ସମାଲୋଚନା କରିବା ସହିତ ବିରୋଧ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories