ଜଗତସିଂହପୁର: ଏରସମା ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏରସମା ପକ୍ଷରୁ ନଅ ଦଫା ଦାବିରେ ଆନ୍ଦୋଳନ କରାଯାଇଛି। ସମସ୍ତଙ୍କୁ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀଙ୍କ କିଷୃକ ବୀମା ନିଧି ଯୋଜନାରେ ସାମିଲ କରିବା, କାଳିଆ ଯୋଜନା ହିତାଧିକାରୀଙ୍କ ତାଲିକା ପ୍ରକାଶ ଓ କେଉଁ ଆଧାରରେ ପାଇଲେ, ପ୍ରିପେଡ ବ୍ୟବସ୍ଥାରେ ପ୍ରତି ମାସରେ ବିଦ୍ୟୁତ ବିଲ ଆଦାୟ, ଘରଢିଅ ଜମିପଟ୍ଟା ନଥିବା ଲୋକଙ୍କୁ ରହୁଥିବା ସ୍ଥାନରେ ଘର କରିବାକୁ ସୁଯୋଗ ଦେବା, ଆଧାର ସଂଶୋଧନ ନହେବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ରାସନ ଯୋଗାଇ ଦେବା ଓ ୨୦୧୮ ମସିହାରେ କୃଷିଋଣ ନେଇଥିବା ଚାଷୀଙ୍କୁ ସହାୟତା ପ୍ରଦାନ ଆଦି ନଅ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଆସି ଏରସମା ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଯୋଜନା ସଂପର୍କରେ ଅଭିଯୋଗ କରି ନାରାବାଜୀ ଦେଇଥିଲେ। ନଅଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲେ। ଆନ୍ଦୋଳନ ବେଳେ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୃତୟନ କରାଯାଇଥିଲା।



