ଲୁଟେରାଙ୍କ ଆତଙ୍କ: ଡିକି ଭାଙ୍ଗି ଲୁଟିଲେ, ଛଡ଼ାଇ ନେଲେ ଛାତ୍ରୀଙ୍କ ମୋବାଇଲ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ସହର ଭିତରେ ଶୁକ୍ରବାର ଦୁଇ ସ୍ଥାନରେ ଛୀନତାଇ ହୋଇଥିବା ସୂଚନା ମିଳିଛି। କାହାଳିଆ ଗାଁର ପ୍ରଫୁଲ୍ଲ ପରିଡ଼ାଙ୍କ ଝିଅ ପ୍ରିୟଦର୍ଶନୀ ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇବା ପରେ ତାକୁ ସ୍କୁଟି ଡିକିରେ ଭର୍ତ୍ତି କରି ବାଇପାସ ସ୍ଥିତ ବଡବାପାଙ୍କ ଘରକୁ ଆସିଥିଲେ। ଯୁବତୀ ଜଣଙ୍କ ସ୍କୁଟି ଛିଡା କରି ଘର ଭିତରକୁ ଯାଇଥିବା ଦେଖି ପଛରୁ ଦୁଇଟି ବାଇକରେ ପିଛା କରୁଥିବା ୫ ଜଣ ଦୁର୍ବୃତ୍ତ ଡିକି ଭାଙ୍ଗି ଲକ୍ଷେ ଟଙ୍କା ନେଇଛନ୍ତି । ସେହିପରି କାହାଳିଆ ଗାଁର ଅଜା ଘରେ ରହି ପଢ଼ୁଥିବା ସଂସ୍କୃତ କଲେଜ ଛାତ୍ରୀ ଶୁଭଶ୍ରୀ ବେହେରା ଘରକୁ ଫେରୁଥିବା ବେଳେ ପଛ ପଟୁ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଛାତ୍ରୀଙ୍କ ମୋବାଇଲକୁ ଛଡ଼ାଇ ଫେରାର ହୋଇଯାଇଥିଲେ । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.