BJD Bijuli 480×75 Mob

ଗୁରୁ ହେଉଛନ୍ତି ଜ୍ଞାନର ଭଣ୍ଡାର…

BJD Bijuli 480×75 Mob
0

ଆଦର୍ଶ ଶିକ୍ଷକ ଅଥବା ଗୁରୁ ସର୍ବଦା ଜ୍ଞାନର ଏଭଳି ସେତୁ ଭାବେ ସ୍ଥାପନା କରନ୍ତି ଯେଉଁଥିରୁ ନିଜ ଛାତ୍ରଛାତ୍ରୀ ମାନଙ୍କୁ ଜ୍ଞାନ ପ୍ରାପ୍ତି  କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ଗୁରୁ ସର୍ବଦା ପ୍ରେରଣା ଦେଇଥାଆନ୍ତି ଯେ ନିଜେ ମଧ୍ୟ ଜ୍ଞାନର ଏଭଳି ଏକ ସେତୁ ହୁଅ ଯେଉଁଥିରୁ ଅନ୍ୟ ମାନେ ମଧ୍ୟ ଜ୍ଞାନ ଆହରଣ କରି ପାରିବେ। ବିଶ୍ୱରୁ ଅଜ୍ଞାନ ରୂପକ ଅନ୍ଧାରକୁ ଦୂର କରିବାର କ୍ଷମତା ରହିଛି ଗୁରୁଙ୍କ ନିକଟରେ। ତେଣୁ ପ୍ରତି ପଦବୀ ଠାରୁ ଉଚ୍ଚ ଅଟେ ଗୁରୁଙ୍କ ପଦ। ଭାରତର ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନ୍‌ ହେଉଛନ୍ତି ଏପରି ଜଣେ ଆଦର୍ଶ । ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନ ନିଜ ଜୀବନର ୪୦ ବର୍ଷ ଶିକ୍ଷକତା କରି କଟାଇଥିଲେ। ଏକ ଶୃଙ୍ଖଳିତ ଛାତ୍ର ସମାଜର ଗଠନ ନିମନ୍ତେ ଯାହା ଅପରିହାର୍ଯ୍ୟ ସେ ତାହାକୁ ଖୁବ ସୂଚାରୁ ରୂପେ ତୁଲାଇଥିଲେ। ସେ ହେଉଛନ୍ତି ଏପରି ମହାନ ଆତ୍ମା ଯେ ଶିକ୍ଷକ ମାନଙ୍କ ବିଷୟରେ ଭାବି ଓ ସମଗ୍ର ଶିକ୍ଷକ ସମାଜକୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାକୁ ନିଜ ଜନ୍ମ ଦିନକୁ ଶିକ୍ଷକ ମାନଙ୍କ ଦିନ ରୂପେ ପାଳିବାକୁ କହିଥିଲେ। ସେବେ ଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ରୂପେ ପାଳନ କରାଯାଏ। ଏହି ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଭାଷଣ ସଭା ଆୟେଜିତ ହୁଏ, ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ଜୀବନର ସଫଳତା ପାଇବା ନିମନ୍ତେ ପ୍ରେରଣା ଦେଇଥାଆନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ୟ ଗୁରୁଙ୍କୁ ସମ୍ମାନ ଜ୍ଞାପନ କରି ଫୁଲତୋଡ଼ା ଦେଇଥାଆନ୍ତି।

Leave A Reply