ରାତିରେ ସଠିକ ଭାବେ ନ ଶୋଇବା ଦ୍ବାରା ବେଳେବେଳେ ବେକରେ ଦରଜ ଅନୁଭବ ହୋଇଥାଏ। ଅନେକ ସମୟରେ କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ଧରି ବସିବା ଦ୍ବାରା ମଧ୍ୟ ବେକରେ ଦରଜ ଅନୁଭବ ହୋଇଥାଏ। ବେକରେ ରକା ପଶିବା ପରି ମଧ୍ୟ ଅନୁଭବ ହୋଇଥାଏ। ବେକରେ ରକା ପଶିବା ଦ୍ବାରା ଅନେକ କଷ୍ଟ ହୋଇଥାଏ। ଏଥିପାଇଁ ମୁଣ୍ଡବିନ୍ଧା, କାନ୍ଧ ଦରଜ ଓ ହାତରେ କଷ୍ଟ ହେବା ପରି ଲକ୍ଷଣ ଦେଖାଯାଇଥାଏ। କିଛି ଘରୋଇ ଉପାୟ ରହିଛି ଯାହାଦ୍ବାରା ଏପରି ସମସ୍ୟା ଦୂର ହୋଇଥାଏ।
ମସାଜ : ବେକରେ ରକା ପଶିଗଲେ ମସାଜ କରିବା ଏକ ଉତ୍ତମ ଉପାୟ ଅଟେ। ମସାଜ କରିବା ଦ୍ବାରା ମାଂସପେଶୀୟକୁ ଆରାମ ମିଳିଥାଏ। ଏହାସହ ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ। ମସାଜ କରିବା ଦ୍ବାରା ରକାରୁ ମୁକ୍ତି ମିଳିଥାଏ। ସେଥିପାଇଁ ତେଲକୁ ଅଳ୍ପ ଗରମ କରି ରକା ଥିବା ସ୍ଥାନରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଆପଣଙ୍କୁ ରକା ସମସ୍ୟା ମୁକ୍ତି ମିଳିବ।
ସେନ୍ଧା ଲୁଣ : ସେନ୍ଧା ଲୁଣରେ ମ୍ୟାଗ୍ନେସିୟମ ସଲଫେଟ ରହିଛି। ଏହା ବେକରେ ରକା ପଶିଗଲେ ସେଥିରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଏହା ଶରୀରରେ ଏନଜାଇମକୁ ନିୟମିତ ରୂପେ କାର୍ଯ୍ୟକ୍ଷମ କରିଥାଏ। ବେକରେ ରକା ପଶିଥିଲେ ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ୨କପ ସେନ୍ଧା ଲୁଣ ମିଶାଇ ଦିଅନ୍ତୁ। ତାପରେ ରକା ପଶିଥିବା ସ୍ଥାନରେ ସେହି ଗରମ ପାଣିର ସେକ ଦିଅନ୍ତୁ। ଏପରି କରିବା ଦ୍ବାରା ଆରାମ ମିଳିଥାଏ।
ହଳଦି : ହଳଦିରେ ଆଣ୍ଟି-ଇଫଲେମେଣ୍ଟି ଗୁଣ ରହିଛି। ଏହା ବେକରେ ରକା ପଶିଥିଲେ ମୁକ୍ତି ଦେବାରେ ସକ୍ଷମ ହୋଇଥାଏ। ହଳଦିର ବ୍ୟବହାର ଦ୍ବାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ସେଥିପାଇଁ ଏକ କପ କ୍ଷୀରରେ ୧ଚାମଚ ହଳଦି ପାଉଡର ମିଶାଇ ଦିନକୁ ଦୁଇ ଥର ପିଅନ୍ତୁ। ଏପରି କରିବା ଦ୍ବାରା ରକା ସମସ୍ୟାରୁ ମୁକ୍ତି ମିଳିଥାଏ।



